ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପୁରୀରେ ଶ୍ରୀମୁଣ୍ଡିଚା ଯାତ୍ରା। ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସିଛନ୍ତି।

ପୁରୀ ଆସିପାରି ନଥିବା ଭକ୍ତଙ୍କ ପାଖରେ ଏହି ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରାକୁ ପହଞ୍ଚାଇବା ପାଇଁ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରୟାସ କରାଯାଉଛି। ଡିଜିଟାଲ ମିଡିଆ (ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ ସ୍ମାର୍ଟ ଟିଭି) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରା ବିବରଣୀ ଘରେ ରହି ଦେଖିପାରିବେ।

ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଫେସ୍‌ବୁକ୍‌ ପେଜ୍‌ (www.facebook.com/odishalive) ମାଧ୍ୟମରେ ଲୋକେ ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ଦେଖି ପାରିବେ।

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ (ଗୁରୁବାର) ସକାଳ ୭ଟାରୁ ଲାଇଭ୍‌ଷ୍ଟ୍ରିମିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁଙ୍କ ପହଣ୍ଡି ବିଜେ, ଛେରା ପହଁରାଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ଅମୂଳଚୂଳ କାର୍ଯ୍ୟକ୍ରମକୁ ଲୋକେ ସିଧାଳସଳଖ ଡିଜିଟାଲ ମିଡିଆ ଜରିଆରେ ଦେଖି ପାରିବେ।

ଅଗ୍ରଣୀ ଡିଜିଟାଲ ମିଡିଆ ଭାବେ ଓଡ଼ିଶାଲାଇଭ୍‌ କିଛି ବର୍ଷ ହେଲା ରଥଯାତ୍ରାର ଲାଇଭ୍‌ଷ୍ଟ୍ରିମିଂ କରି ଆସୁଛି।

‘‘ଗତ କିଛି ବର୍ଷ ଧରି ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ ପୁରୀରୁ ରଥଯାତ୍ରାର ସିଧାପ୍ରସାରଣ କରିଆସୁଛି। ଟେଲିଭିଜନ ଚ୍ୟାନେଲକୁ ଛାଡ଼ିଦେଲେ ଓଡ଼ିଶାରେ ଗଢ଼ି ଉଠିଥିବା ଡିଜିଟାଲ୍ ବା ୱେବ୍‌ ଚ୍ୟାନେଲ ମଧ୍ୟରେ ରଥଯାତ୍ରାର ସିଧାପ୍ରସାରଣ କରିବା କ୍ଷେତ୍ରରେ ଓଡ଼ିଶାଲାଇଭ୍‌ ପ୍ରଥମ। କେବଳ ଓଡ଼ିଶା ବା ଭାରତ ନୁହେଁ, ବିଦେଶର ବହୁ ଦର୍ଶକ ଓଡ଼ିଶାଲାଇଭ୍ ଡିଜିଟାଲ୍ ମିଡିଆ ଜରିଆରେ ରଥଯାତ୍ରା ଦେଖି ଆସୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଗଢ଼ି ଉଠିଥିବା ୱେବ ପ୍ଲାଟଫର୍ମମାନେ ଆଜି ରଥଯାତ୍ରାର ସିଧାପ୍ରସାରଣ କରିବା ଫଳରେ ଓଡ଼ିଶାର ଏହି ବିରାଟ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦେଶ ବିଦେଶରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଏହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ’’, କହିଛନ୍ତି ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

କେବଳ ଶ୍ରୀଗୁଣ୍ଡିଚା ଯାତ୍ରାର ନୁହେଁ, ରଥଯାତ୍ରାର ପ୍ରମୁଖ କାର୍ଯ୍ୟକ୍ରମର ଓଡ଼ିଶାଲାଇଭ୍‌ରେ ଲାଇଭ୍‌ଷ୍ଟ୍ରିମିଂ କରାଯାଉଛି। ବାହୁଡ଼ା ଯାତ୍ରା ଦିନ (୧୨ ଜୁଲାଇ) ସକାଳ ୮ଟାରୁ, ସୁନାବେଶ (୧୩ ଜୁଲାଇ) ଅପରାହ୍‌ଣ ୩ଟାରୁ, ଅଧରପଣା (୧୪ ଜୁଲାଇ) ସନ୍ଧ୍ୟା ୭ଟାରୁ ଏବଂ ନୀଳାଦ୍ରିବିଜେ ଦିନ (୧୫ ଜୁଲାଇ) ଅପରାହ୍‌ଣ ୨ଟାରୁ ଓଡ଼ିଶାଲାଇଭ୍‌ରେ ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ରେ ଆପଣମାନେ ପୁରୀରୁ ସିଧାପ୍ରସାରଣ ଦେଖିପାରିବେ।

୨୦୧୮ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ କରି ଓଡ଼ିଶାଲାଇଭ୍ ବିଶେଷ ସଫଳତା ହାସଲ କରିଥିଲା। ପୁରୀରୁ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ଦିନ ୧୦ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭ୍‌ର ଡିଜିଟାଲ ମିଡିଆ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସେହିପରି ରଥଯାତ୍ରାର ଅନ୍ୟ ଇଭେଣ୍ଟଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟାରେ ଦର୍ଶକ ଓଡ଼ିଶାଲାଇଭ୍ ପ୍ଲାଟଫର୍ମରେ ମହାପ୍ରଭୁଙ୍କ ଏହି ଅପୂର୍ବ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇଥିଲେ।

Comment