ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବିଶ୍ୱବ୍ୟାପି ଜଗନ୍ନାଥ ମନ୍ଦରରେ ପାଳିତ ହେଉଛି ଏହି ପବିତ୍ର ପର୍ବ। ଓଡ଼ିଶା ଭଳି ଗୁଜୁରାଟ ଅହମ୍ମଦାବାଦରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ରଥଯାତ୍ରା ଆରମ୍ଭ ହୋଇଛି। ଏଥିରେ ନିଜକୁ ସାମିଲ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଜଗନ୍ନାଥ ମନ୍ଦିରରେ ପତ୍ନୀ ସୋନଲ ଶାହଙ୍କ ସହ ପହଞ୍ଚି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି ଶାହ।

ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଭୋର ୪ଟାରେ ପତ୍ନୀଙ୍କ ସହ ମନ୍ଦିରରେ ମଙ୍ଗଳ ଆରତୀ କରିଛନ୍ତି। ଗୃହମନ୍ତ୍ରୀ ହେବା ପରେ ଏହା ଶାହଙ୍କର ପ୍ରଥମ ଗୁଜୁରାଟ ଗସ୍ତ।

ଓଡ଼ିଶାର ରଥଯାତ୍ରା ପରମ୍ପରା ଅନୁସାରେ ଏଠାରେ ମଧ୍ୟ ଶ୍ରୀଗୁଣ୍ଡିଚାରେ ମହାପ୍ରଭୁ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରଥଯାତ୍ରା କରିଥାନ୍ତି। ଏହା ଗୁଜୁରାଟର ଏକ ଚର୍ଚ୍ଚିତ ଧାର୍ମିକ ଉତ୍ସବ। ଅମିତ ଶାହ ଏହି ପବିତ୍ର ଉତ୍ସବରେ ସବୁ ବର୍ଷ ସାମିଲ ହୋଇଥାନ୍ତି।

ଏହି ଉତ୍ସବରେ ସାମିଲ ହେଉଥିବା ଭକ୍ତଙ୍କୁ ଏହି ଦିନ ଖେଚୁଡ଼ି ପ୍ରସାଦ ଦିଆଯାଇଥାଏ। ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭକ୍ତଙ୍କ ସୁରକ୍ଷା ଲାଗି ସିଆରିପଏଫ୍, ଗୁଜୁରାଟ ପୋଲିସ,ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି।

Comment