ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମଧ୍ୟ ଧୁମଧାମରେ ଆରମ୍ଭ ହୋଇଛି ରଥଯାତ୍ରା। ଏହି ପିବତ୍ର ଉତ୍ସବରେ ସାମିଲ ହୋଇଛନ୍ତି ଅଭିନେତ୍ରୀରୁ ସାଂସଦ ହୋଇଥିବା ନୁସରତ ଜହାଁ। ଏହି ଉତ୍ସବରେ ନୁସରତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

ନୁସରତ ଏହି ଉତ୍ସବରେ ସମ୍ପୂର୍ଣ୍ଣ ପାରମ୍ପରିକ ବେଶରେ ଅର୍ଥାତ ଶାଢ଼ି ପିନ୍ଧି ମଥାରେ ସିନ୍ଦୂର ଲଗାଇ, ବେକରେ ମଙ୍ଗଳସୂତ୍ର ପକାଇ ସ୍ୱାମୀ ନିଖିଲ ଜୈନଙ୍କ ସହ ପହଞ୍ଚିଥିଲେ। ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ ମଧ୍ୟ କରିଥିଲେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ନୁସରତ ଏବଂ ମମତା ଏକାଠି ରଥ ଟାଣିଛନ୍ତି।

ନୁସରତ କିଏ?

ନୁସରତ ଏଥର ଟିଏମସି ଟିକେଟରେ ପଶ୍ଚିମବଙ୍ଗର ବସିରହାଟରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ମଥାରେ ସିନ୍ଦୁର, ହାତରେ ମେହେନ୍ଦୀ ଓ ଶାଢ଼ୀ ପିନ୍ଧି ଲୋକସଭା ସଦସ୍ୟ ଭାବେ ଶପଥ ନେଇଥିଲେ। ଯାହାକୁ ନେଇ ସେ ବିବାଦରେ ପଡ଼ିଥିଲେ। ସେ ମୁସଲମାନ ସଂପ୍ରଦାୟର ହୋଇ କେମିତି ସଂସଦକୁ ସିନ୍ଦୂର ଲଗାଇ ଯାଇଥିଲେ ବୋଲି ଅନେକ ପ୍ରଶ୍ନ ଉଠାଇଥିଲେ।

ହେଲେ ଏଠାରେ ନୁସରତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ”ମୁଁ ମୁସଲମାନ ପରିବାରରେ ଜନ୍ମ ହୋଇଛି। ହେଲେ ମୁଁ ସବୁ ଧର୍ମକୁ ସମ୍ମାନ କରେ। ବିନା କାରଣରେ ମୋତେ ବିବାଦକୁ ଟଣା ଯାଉଛି”।

Comment