ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ତିନି ରଥର ଛେରାପହଁରା ସେବା। ପ୍ରଥମେ ଗଜପତି ମହାରାଜ ବଳଭଦ୍ର ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ତା’ପରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହୋଇଛି।

ବର୍ତ୍ତମାନ ତିନି ରଥରେ ଚାରମାଳ ଓହ୍ଲାଯାଇଛି। ପରେ ଘୋଡ଼ା ଯୋଖା କାର୍ଯ୍ୟ ଚାଲିଛି। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀବଳଦେବ, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଯିବେ ଗୁଣ୍ଡିଚା ଘର।

ଏହାପରେ ତିନିରଥ ଟଣା ହୋଇ ଗୁଣ୍ଡିଚା ଘର ଯିବ। ରଥଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଛି। ଭକ୍ତମାନେ ଅନେଇ ବସିଛନ୍ତି ରଥ ଟାଣିବା ପାଇଁ।

ସକାଳୁ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ପହଣ୍ଡି କାର୍ଯ୍ୟ ଶେଷ ହୋଇଛି।

ଘଣ୍ଟ ଓ ହୁଳାହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡଦାଣ୍ଡ। ଆଜି ବାର ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ସାମୁଦ୍ରିକ ଝଡ଼ ଫନିର କ୍ଷୟକ୍ଷତି ପରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

Comment