ଓଡ଼ିଶାଲାଇଭ୍ ବ୍ୟୁରୋ

ତାମଦାନିରେ ଆସି ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କାର୍ଯ୍ୟ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ତିନି ରଥରେ ଛେରାପହଁରା କରିବେ ଗଜପତି। ଗଜପତିଙ୍କ ବାର୍ଷିକ ସବୁଠାରୁ ବଡ଼ କାର୍ଯ୍ୟକ୍ରମ ଛେରା ପହଁରା।

ରଥରେ ଶ୍ରୀଜିଉଙ୍କ ବନ୍ଦାପନା ଓ ଆଲଟ ଚାମର କରିବେ ଗଜପତି।

ସୁବର୍ଣ୍ଣ ସମାର୍ଜନିରେ ଗଜପତି ପହଁରିବେ ୩ ରଥ। ଚନ୍ଦନ, ପାଣି ଓ ଫୁଲକୁ ନେଇ ପ୍ରସ୍ତୁତ ଛେରା ପକାଇ କରିବେ ଛେରା ପହଁରା।

ପରମ୍ପରା ଅନୁଯାୟୀ ଛେରାପହଁରା ନୀତି କାର୍ଯ୍ୟ ପରେ ରଥଟଣା ଆରମ୍ଭ ହେବ।

Story of Gajapati Maharaja of Puri

ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିକରି ଦେବଦଳନ ରଥକୁ ଅଣାଯାଇଥିଲା। ପରେ ସୁଭଦ୍ରାଙ୍କୁ ଦେବଦଳନ, ତାଳଧ୍ଵଜ ରଥରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ନନ୍ଦିଘୋଷ ରଥରେ ରଥାରୂଢ଼ କରାଇଛନ୍ତି ସେବକମାନେ।

ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରପାଳ ପୂଜା ପରେ ବେଶ ଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିରେ ନିଆଯାଇଥିଲା।

ଏହାପରେ ବଡଭାଇ ବଳଦେବ ପହଣ୍ଡିରେ ଆଡ଼ପ ମଣ୍ଡପରୁ ଝୁଲିଝୁଲି ରଥକୁ ଆସିଥିଲେ। ତାଙ୍କ ପଛକୁ ଭଉଣୀ ସୁଭଦ୍ରାଙ୍କ ପହଣ୍ଡିରେ ନିଆଯାଇଛି। ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

Comment