ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ରଥ ପରିକ୍ରମା କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ।

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଆଜି ସବୁଠାରୁ ବଡ଼ ପର୍ବ ଶ୍ରୀଗୁଣ୍ଡିଚା ଯାତ୍ରା। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀବଳଦେବ, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଯିବେ ଗୁଣ୍ଡିଚା ଘର।

ସକାଳୁ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ  ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି କାର୍ଯ୍ୟ ଶେଷ ହୋଇଛି।

ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିକରି ଦେବଦଳନ ରଥକୁ ଅଣାଯାଇଥିଲା। ପରେ ସୁଭଦ୍ରାଙ୍କୁ ଦେବଦଳନ, ତାଳଧ୍ଵଜ ରଥରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ନନ୍ଦିଘୋଷ ରଥରେ ରଥାରୂଢ କରାଇଛନ୍ତି ସେବକମାନେ।

ଏହାପରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥ ପରିକ୍ରମା କରି ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ନିଜ ସହଯୋଗୀମାନଙ୍କ ସହ ତିନିରଥକୁ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି ଶଙ୍କରାଚାର୍ଯ୍ୟ।

ସମଗ୍ର ଦେଶରେ ଥିବା ବିଭିନ୍ନ ମଠମାନଙ୍କ ମଧ୍ୟରୁ ଗୋବର୍ଦ୍ଧନ ପୀଠ ଗୁରୁତ୍ୱପୂର୍ଣ୍ଣ ମଠମାନଙ୍କରେ ଏକ।

Comment