ଓଡ଼ିଶାଲାଇଭ୍ ବ୍ୟୁରୋ

ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନଅଦିନ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର। ଏଥିପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି।

ଘଣ୍ଟ ଓ ହୁଳାହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡଦାଣ୍ଡ। ଟାହିଆ ସୁଶୋଭିତ ହୋଇ ଭକ୍ତଙ୍କ ଗହଳରେ ଝୁଲିଝୁଲି ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ। କାଳିଆ ସାଆନ୍ତଙ୍କୁ ସେବାୟତମାନେ ରଥ ପାଖକୁ ନେଇଯାଉଛନ୍ତି।

ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଶ୍ରୀଜୀଉମାନେ ଆସିଲା ବେଳେ ଧାଡ଼ି ପହଣ୍ଡି କରାଯାଇଥାଏ। ତେଣୁ ସୁଦର୍ଶନଙ୍କ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷର ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଉଛି।

Shree Jagannath Pahandi Bije

ଘଣ୍ଟ, କାହାଳୀ, ଶବ୍ଦରେ କମ୍ପି ଉଠୁଛି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ଅନେକ ଭକ୍ତ ବିଭିନ୍ନ ବେଶରେ ନୃତ୍ୟ ମାଧ୍ୟମରେ ସେମାନଙ୍କ ଭକ୍ତିଭାବ ପ୍ରଦର୍ଶନ କରୁଛନ୍ତି। ଓଡ଼ିଶୀ କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରି ଶ୍ରୀକ୍ଷେତ୍ରରେ ଏକ ଅପୂର୍ବ ଭକ୍ତିର ପରିବେଶ ସୃଷ୍ଟି କରୁଛନ୍ତି।

ମଝିରେ ମଝିରେ ବନାଟି କଳାକାରମାନେ ସେମାନଙ୍କ ଅପୂର୍ବ କଳା ପ୍ରଦର୍ଶନ କରୁଛନ୍ତି।

ପହଣ୍ଡିର ଅନ୍ୟତମ ଆକର୍ଷଣ ହେଉଛି ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ। ତା’ସାଙ୍ଗକୁ ଆଲଟ ଚାମର କରି ଶ୍ରୀଜୀଉମାନଙ୍କୁ ୨୨ ପାହାଚ ଦେଇ ରଥକୁ ପହଣ୍ଡି କରି ନିଆଯାଇଥାଏ।

ପୁରୀରେ ଶ୍ରୀଗୁଣ୍ଡିଚା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Comment