ଓଡ଼ିଶାଲାଇଭ ବ୍ୟୁରୋ

ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀରୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ। ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ଏହି ପବିତ୍ର ଶୀଗୁଣ୍ଡିଚା ଯାତ୍ରାରେ ସାମିଲ ହେବାକୁ ଦେଶ ବିଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସିଛନ୍ତି।

ହେଲେ ଏହି ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେଉଥିବାରୁ ବହୁ ସମୟରେ ଅନେକ ଅଘଟଣର ସାମ୍ନା କରିବାକୁ ପଡ଼ିଥାଏ।

ସେଥିଲାଗି ଏହି ଯାତ୍ରା ପାଇଁ କେତେକ ସାବଧାନତା ନିହାତି ଜରୁରୀ। ଯଦି ଆପଣ ବି ଏହି ଯାତ୍ରାରେ ସାମିଲ ହେଉଛନ୍ତି ତେବେ ଜାଣି ନିଅନ୍ତୁ ଯାତ୍ରା ସମୟରେ ଆପଣ କେଉଁସବୁ ସାବଧାନତା ଅବଲମ୍ବନ କରିପାରିବେ।

  • ଯଦି ଆପଣ ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହେବାକୁ ପୁରୀ ଯାଉଛନ୍ତି ତେବେ ନିଜ ସାଙ୍ଗରେ ଛୋଟ ପିଲା ଏବଂ ବୟସ୍କଙ୍କୁ ନିଅନ୍ତୁ ନାହିଁ। ଯଦିବି ବୟସ୍କ ସାଙ୍ଗରେ ଅଛନ୍ତି ତାଙ୍କର ସ୍ୱତନ୍ତ୍ର ଭାବେ ଯତ୍ନ ନିଅନ୍ତୁ।
  • ଯାତ୍ରା ସମୟରେ ନିଜ ସାଙ୍ଗରେ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ଏବଂଆବଶ୍ୟକୀୟ ଔଷଧ ରଖିବାକୁ ଆଦୌ ଭୁଲନ୍ତି ନାହଁ।
  • କୌଣସି ସମୟରେ ସସମ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ପୋଲିସର ସହାୟତା ନିଅନ୍ତୁ।
  • ଯଥାସମ୍ଭବ ଭିଡ଼ରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ।
  • ଶ୍ରୀକ୍ଷେତ୍ର ଯିବା ପୂର୍ବରୁ ସମସ୍ତ ଟ୍ରାଫିକ ନିୟମ ଜାଣି ନିଅନ୍ତୁ। (ରଥଯାତ୍ରାରେ କେଉଁଠି କରିବେ ଗାଡ଼ି ପାର୍କିଂ)
  • ଏହି ସମୟରେ ସମୁଦ୍ରରେ ଗାଧୋଇବା ଆଦୌ ସୁରକ୍ଷିତ ନୁହେଁ।
  • ଏହି ସମୟରେ ଆପଣ ଅନେକ ଅଜଣା ଲୋକଙ୍କୁ ଭେଟି ପାରନ୍ତି। ତେବେଭଣ୍ଡ ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ।

Comment