ଓଡ଼ିଶାଲାଇଭ୍ ବ୍ୟୁରୋ

Malatipatapur Bus Stand

ରାତି ପାହିଲେ ଶ୍ରୀଗୁଣ୍ଡିଚା। ଏନେଇ ପୁରୀରେ ଶ୍ରଦ୍ଧାଳୁମାନଙ୍କ ଗହଳ ଚହଳ ଆରମ୍ଭ ହୋଇ ଗଲାଣି। ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶ ପାଇଁ ପୋଲିସ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି।

ରଥଯାତ୍ରା ସମୟରେ ବାହାରୁ ଆସୁଥିବା ଦୁଇଚକିଆ ଓ ଚାରିଚକିଆ ଯାନବାହନ ପାର୍କିଂ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯାଇଛି। ଜାଣନ୍ତୁ କେଉଁପଟୁ ଆସିଲେ କେଉଁଠି ରଖିବେ ଗାଡ଼ି?

ପୂର୍ବବର୍ଷ ଭଳି ଏଥର ମଧ୍ୟ କମ୍ଭାରପଡ଼ା ଥାନା ଉପରେ ଏକ ସ୍ଵତନ୍ତ୍ର ଟ୍ରାଫିକ କଣ୍ଟ୍ରୋଲ ରୁମ ଖୋଲାଯିବ। ଏହା ନବଯୌବନ ବେଶଠୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ କାର୍ଯ୍ୟ କରିବ।

Three Ratha's of Deities in Badadanda

  • ୩୧୬ ନଂ ଜାତୀୟ ରାଜପଥ ଦେଇ ଆସୁଥିବା ସମସ୍ତ ବସ୍‍ଗୁଡ଼ିକ ପାଇଁ ମାଳତୀପାଟପୁର ବସ୍‍ଷ୍ଟାଣ୍ଡଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
  • ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥ ଦେଇ ଆସୁଥିବା ବାହାର ଟୁରିଷ୍ଟ ବସ୍ ମାଳତି ପାଟପୁରଠାରେ ପାର୍କିଂ କରିବ।
  • ଭୁବନେଶ୍ଵର, କଟକ ଏବଂ କୋଣାର୍କ ପଟୁ ଆସୁଥିବା ନିୟମିତ ଘରୋଇ ବସ୍ ମାଳତିପାଟପୁରଠାରୁ ଆରଓବି ଦେଇ ତାଳବଣିଆଠାରେ ପାର୍କିଂ କରିବେ।
  • କୋଣାର୍କରୁ ପୁରୀ ଆସୁଥିବା ଟୁରିଷ୍ଟ ଗାଡ଼ିଗୁଡ଼ିକ ପାଇଁ ଗ୍ରୀଡ ଷ୍ଟେସନଠାରେ ଥିବା ଉଦ୍ୟାନ କୃଷି ଫାର୍ମରେ ପାର୍କିଂ କରିପାରିବେ।
  • ଭୁବନେଶ୍ଵର ଓ କୋଣାର୍କ ପଟୁ ଆସୁଥିବା ଦୁଇ ଚକିଆ, ଚାରି ଚକିଆ ଯାନ ଜଗନ୍ନାଥ ବଲ୍ଲଭ, ମାଜଣା ଜାଗା, ଓଏସଆରଟିସି ଗ୍ୟାରେଜ, ଜିଲ୍ଲା ସ୍କୁଲ, ତାଳବଣିଆ ଥାନା, ଏସସିଏସ କଲେଜ ପଡ଼ିଆରେ ପାର୍କିଂ କରିବେ।
  • ବ୍ରହ୍ମଗିରି ପଟୁ ଆସୁଥିବା ଯାନଗୁଡ଼ିକ ମଶାଣୀ ଚଣ୍ଡି ଛକ, ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ।
  • ପାସ୍‍ ଥିବା ହାଲୁକା ଯାନଗୁଡ଼ିକ ବୀରହରେକୃଷ୍ଣପୁର ଦେଇ ଚାରିନଳା, ଅଠରନଳା, ଡାକ୍ତରଖାନା ଛକ, ସୁବାଷ ବୋଷ ଛକ, ହରିହର ଛକ, କୋକପାମ୍‍ ଛକ, ଲୋକନାଥ ରୋଡ୍‍ ଦେଇ ଲୋକନାଥ ମନ୍ଦିର ଏବଂ ଛପନଛକ ନିକଟରେ ଥିବା ପାର୍କିଂ ସ୍ଥାନରେ ରହିବେ।

Comment