ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ଉତ୍କଣ୍ଠା ଶେଷ ହୋଇଛି। ଆରମ୍ଭ ହୋଇଛି ରଥଟଣା। ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ଵଜକୁ ଭକ୍ତମାନେ ଟାଣି ନେଉଛନ୍ତି ମାଉସୀ ମା’ ମନ୍ଦିରକୁ।

ତା’ପଛକୁ ଦେବଦଳନ ଓ ନନ୍ଦିଘୋଷ ରଥ ଗଡ଼ିବ।

ଘଣ୍ଟ ଓ ହୁଳହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡଦାଣ୍ଡ। ସକାଳୁ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି କାର୍ଯ୍ୟ ଶେଷ ହୋଇଥିଲା।

ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିକରି ଦେବଦଳନ ରଥକୁ ଅଣାଯାଇଥିଲା। ପରେ ସୁଭଦ୍ରାଙ୍କୁ ଦେବଦଳନ, ତାଳଧ୍ଵଜ ରଥରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ନନ୍ଦିଘୋଷ ରଥରେ ରଥାରୂଢ କରାଇଥିଲେ ସେବକମାନେ।

ତିନିଠାକୁରଙ୍କ ରଥାରୂଢ ପରେ ଆରମ୍ଭ ହୋଥିଲା ଗଜପତି ମହାରାଜଙ୍କ ଛେରାପହଁରା ସେବା। ପ୍ରଥମେ ଗଜପତି ମହାରାଜା ବଳଭଦ୍ରଙ୍କ ରଥରେ ଛେରା ପହଁରା କରିସାରିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ। ଏହାପରେ ବଳଭଦ୍ର ରଥକୁ ଯାଇ ଛେରାପହଁରା କରିଥିଲେ ଗଜପତି ମହାରାଜା। ଏହାପରେ ତିନି ରଥରେ ଘୋଡ଼ା ଯୋଖା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

Comment