ଓଡ଼ିଶାଲାଇଭ ବ୍ୟୁରୋ

ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ କାଳିଆପାଣିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ସେହିପରି ବାଲୁଗାଁରେ ଜଣେ ୮ବର୍ଷର ବାଳକ ଉପରେ ରଥ ଚଢିଯାଇଛି

ଯାଜପୁର ଜିଲ୍ଲା କାଳିଆ ପାଣି ଟିସ୍କୋ କଲୋନି ନିକଟରେ ଲୁହାରେ ନିର୍ମିତ ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ୭ଜଣଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ସୁଚିତ୍ରା ଲେଙ୍କା ଓ ଭାରତ ରାୟ। ଆହତ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ରଥ ଚାରିପଟେ ଲାଗିଥିବା କପଡ଼ାରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣା ପରେ ରଥ ଟଣା ସ୍ଥଗିତ ରଖାଯାଇଥିଲା।

ସେହିପରି ବାଲୁଗାଁରେ ରଥଟଣା ବେଳେ ଜଣେ ୮ବର୍ଷର ବାଳକ ଉପରେ ରଥ ଚକା ଚଢିଯାଇଛି। ବାଳକକୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଛି।

Comment