ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବହୁବଳୀ ଫେମ୍ ପ୍ରଭାସ ଏବେ ତାଙ୍କ ଆଗାମୀ ଫିଲ୍ମ ‘ସାହୋ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଅଗଷ୍ଟ ୧୯ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ‘ବାହୁବଳୀ’ରୁ ଦେଶ ବିଦେଶରେ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତାଙ୍କର ଅନେକ ଫ୍ୟାନ୍ସ ଅଛନ୍ତି।

ତାଙ୍କ ଫ୍ୟାନ୍ସମାନେ ସବୁବେଳେ ତାଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହିଁଥାନ୍ତି। ହେଲେ ଏବେବି ଅନେକ ତାଙ୍କ ବିଷୟରେ ଜାଣି ନଥିବେ।

ଆଜି ଆମେ ଆପଣଙ୍କୁ ଏହି ଅଭିନେତାଙ୍କ ବିଷୟରେ ଏମିତି କିଛି କଥା କହିବୁ ଯାହା ଆପଣ ଜାଣି ନଥିବେ।

-ପ୍ରଭାସ ତାଙ୍କ କ୍ୟାରିୟର ତେଲୁଗୁ ଫିଲ୍ମରୁ କରିଥିଲେ। ହେଲେ ଏବେ ସେ ବଲିଉଡ ପ୍ରେମୀଙ୍କ ସୁପରହିରୋ ହୋଇଛନ୍ତି। ସେ ତେଲୁଗୁ ବ୍ୟତୀତ ହିନ୍ଦୀ ଫିଲ୍ମରେ ବି କାମ କରିଛନ୍ତି। ସେ ହିନ୍ଦୀ ଫିଲ୍ମ ‘ଆକ୍ସନ ଜ୍ୟାକ୍ସନ’ରେ ପ୍ରଭୁ ଦେବାଙ୍କ ସହ କରିଥିଲେ। ୨୦୦୨ରେ ତେଲୁଗୁ ଫିଲ୍ମ ‘ଇଶ୍ୱର’ରୁ କ୍ୟାରିୟର ଆରମ୍ଭ କରିଥିଲେ।

-ପ୍ରଭାସଙ୍କ ଅସଲି ନାଁ ‘ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟୀ’।

-ପ୍ରଭାସ ଫିଲ୍ମି ପରିବାରରୁ ଆସିଛନ୍ତି। ତାଙ୍କ ବାପା ସୂର୍ଯ୍ୟ ନାରାୟଣ ରାଜୁ ଜଣେ ପ୍ରଡ୍ୟୁସର। ସେ ମଧ୍ୟ ଜଣେ ଟଲିଉଡ ଷ୍ଟାର।

-ପ୍ରଭାସଙ୍କର ଚିକେନ ବିରିୟାନି ଫେଭରେଟ ଡିସ୍।

-ଯେତେବେଳେ ପ୍ରଭାସ ବାହୁବଳୀ ପାଇଁ କାମ କରୁଥିଲେ ସେ ୪ ବର୍ଷ ପାଇଁ କିଛି ବି ଫିଲ୍ମ କରି ନଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ୩୦ କେଜି ଓଜନ ବୃଦ୍ଧି କରିବାକୁ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here