ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ମୋବାଇଲ କମ୍ପାନି ସାଓମି ନିକଟରେ ଭାରତରେ ଲଞ୍ଚ କରିଛି ନୂଆ ସ୍ମାର୍ଟଫୋନ ‘ରେଡ୍‌ ମି-୭ଏ’। ପୂର୍ବରୁ ବଜାରରେ ଉପଲବ୍ଧ ଥିବା ‘ରିୟଲମି ସି୨’ ସ୍ମାର୍ଟଫୋନ୍‌ ସାଙ୍ଗରେ ସାଓମିର ‘ରେଡ୍‌ ମି-୭ଏ’ ସ୍ମାର୍ଟଫୋନ୍‌ କଡ଼ା ଟକ୍କର ଦେଉଛି।

‘ରେଡ୍‌ ମି-୭ଏ’ ସିରିଜରେ ସାଓମି ଦୁଇଟି ଭାରିଏଣ୍ଟ ବଜାରକୁ ଛାଡ଼ିଛି। ୨ ଜିବି ରାମ୍‌, ୧୬ ଜିବି ରୋମ୍‌ ବିଶିଷ୍ଟ ସ୍ମାର୍ଟଫୋନ୍‌ର ମୂଲ୍ୟ ୫,୯୯୯ଟଙ୍କା ରହିଥିବା ବେଳେ ୨ ଜିବି ରାମ୍‌ ଓ ୩୨ ଜିବି ରୋମ୍‌ ବିଶିଷ୍ଟ ସ୍ମାର୍ଟଫୋନ୍‌ର ମୂଲ୍ୟ ୬,୯୯୯ ଟଙ୍କା ରହିଛି।

ଅନ୍ୟପକ୍ଷରେ ‘ରିୟଲମି ସି୨’ ସ୍ମାର୍ଟଫୋନର ୨ ଜିବି ରାମ୍‌, ୩୨ ଜିବି ରୋମ୍‌ ବିଶିଷ୍ଟ ସ୍ମାର୍ଟଫୋନ୍‌ର ମୂଲ୍ୟ ଭାରତରେ ୬,୯୯୯ଟଙ୍କା ରହିଛି। ସେହିପରି ୩ ଜିବି ରାମ୍‌ ଓ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ବିଶିଷ୍ଟ ସ୍ମାର୍ଟଫୋନ୍‌ର ମୂଲ୍ୟ ୬,୯୯୯ ଟଙ୍କା ରହିଛି। ଭାରତ ବଜାରରେ ଏହି ଦୁଇଟି ସ୍ମାର୍ଟଫୋନ୍‌ ‘ରିୟଲମି ସି୨’ ଓ ‘ରେଡ୍‌ ମି-୭ଏ’ ମଧ୍ୟରେ କଡ଼ା ଟକ୍କର ଚାଲିଛି।

‘ରେଡ୍‌ ମି-୭ଏ’ ସ୍ମାର୍ଟଫୋନ

  • ୫.୪୫ ଇଞ୍ଚ୍‌ ଏଚ୍‌ଡି ଡିସ୍‌ପ୍ଲେ
  • ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୪୩୯ ପ୍ରୋସେସର
  • ୧୨ ମେଗାପିକ୍ସେଲ ରିୟର୍‌ ଏବଂ ୫ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ୪୦୦୦ ଏମ୍‌ଏଚ୍‌ ବ୍ୟାଟେରୀ
  • ଏଣ୍ଡୋଏଡ ୯ ‘ପାଏ’

‘ରିୟଲମି ସି୨’ ସ୍ମାର୍ଟଫୋନ

  • ୬.୧ ଇଞ୍ଚ୍‌ ଏଚ୍‌ଡି ଡିସ୍‌ପ୍ଲେ
  • ମିଡିଆଟେକ୍‌ ହେଲିଓ ପି୨୨ ପ୍ରୋସେସର
  • ୨ଟି ରିୟର କ୍ୟାମେରା(୧୨+୨ ମେଗାପିକ୍ସେଲ) ଏବଂ ସେଲ୍‌ଫି କ୍ୟାମେରା ୫ ମେଗାପିକ୍ସେଲ
  • ୪୦୦୦ ଏମ୍‌ଏଚ୍‌ ବ୍ୟାଟେରୀ
  • କଲର ଓଏସ୍‌ ୬.୦

Comment