ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଜୁଲାଇ ମାସରେ ଚୀନ ମୋବାଇଲ କମ୍ପାନି ସାଓମୀ ଭାରତରେ ଲଞ୍ଚ କରିବ ଏକ ନୂଆ ସ୍ମାର୍ଟଫୋନ ‘ରେଡ୍‌ମି ୭ଏ’। ଏନେଇ ସାଓମୀ ଇଣ୍ଡିଆ ହେଡ୍‌ ମନୁ କୁମାର ଜୈନ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ନୂଆ ସ୍ମାର୍ଟଫୋନ୍‌ ଭାରତ ବଜାରରେ କମ୍‌ ବଜେଟ୍‌ରେ ଲଞ୍ଚ ହେବ ବୋଲି ଶୁଣିବାକୁ ମିଳୁଛି।

୫.୪ ଇଞ୍ଚ ବିଶିଷ୍ଟ ଏଲ୍‌ଇଡି ଡିସ୍‌ପ୍ଲେ ଯୁକ୍ତ ‘ରେଡ୍‌ମି ୭ଏ’ ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍‌ ୪୩୯ ପ୍ରୋସେସର ଦିଆଯାଇଛି। ଏଥିସହିତ ଏହି ସ୍ମାର୍ଟଫୋନ୍‌ରେ ୩ ଜିବି ରାମ୍‌ ସହିତ ୩୨ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ରହିଛି, ଯାହାକୁ ମାଇକ୍ରୋ ଏସ୍‌ଡି କାର୍ଡ ସହିତ ବଢ଼ାଯାଇ ପାରିବ। ‘ରେଡ୍‌ମି ୭ଏ’ ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରୋଏଡ ୯ ପାଇ ଭର୍ସନ ମିଳୁଥିବା ବେଳେ ୟୁଜର ଇଣ୍ଟରଫେସ୍‌ରେ MIUI 10 ଦିଆଯାଇଛି।

‘ରେଡ୍‌ମି ୭ଏ’ ସ୍ମାର୍ଟଫୋନ୍‌ରେ ୧୩ ମେଗାପିକ୍ସେଲର ରିୟର କ୍ୟାମେରା ଦେଇଥିବା ବେଳେ ୫ ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହି ସ୍ମାର୍ଟଫୋନରେ ୪୦୦୦ଏମ୍‌ଏଚ୍‌ ବ୍ୟାଟେରୀ ଥିବା ବେଳେ ସାଙ୍ଗରେ ମିଳୁଛି ୧୦ ୱାଟ୍‌ର ଟ୍ରାଫେଲ୍‌ ଚାର୍ଜର।

ଚୀନ୍‌ରେ ‘ରେଡ୍‌ମି ୭ଏ’ ସ୍ମାର୍ଟଫୋନର ଦର ୫୪୯ ୟୁଆନ୍‌ ଅର୍ଥାତ୍‌ ୫,୫୦୦ ଟଙ୍କା ରହିଛି। ତେବେ ଭାରତ ବଜାରରେ ଏହି ସ୍ମାର୍ଟଫୋନ ୫୦୦୦ଟଙ୍କାରେ ଲଞ୍ଚ କରିବ ବୋଲି ଶୁଣିବାକୁ ମିଳୁଛି।

Comment