ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ୍‌ କରିବାକୁ ଯାଉଛି। ଏହାର ନାଁ ହେଉଛି Vivo V17। ଆସନ୍ତା ଡିସେମ୍ବର ୯ରେ ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରାଯିବ। ଗତ ସେପ୍ଟେମ୍ବର ମାସରେ ୬ଟି କ୍ୟାମେରା ବିଶିଷ୍ଟ Vivo V17 Pro ସ୍ମାର୍ଟଫୋନ ଲଞ୍ଚ୍‌ କରାଯାଇଥିଲା। ଏବେ ଏହାର ତଳ ଭାରିଏଣ୍ଟ Vivo V17 ଲଞ୍ଚ୍‌ ହେବାକୁ ଯାଉଛି।

Vivo V17 ସ୍ମାର୍ଟଫୋନରେ ପପ୍‌ ସେଲ୍‌ଫି କ୍ୟାମେରା ଦିଆଯାଇନାହିଁ। ଏଥିରେ ପଞ୍ଚ୍‌ ହେଲେ ଡିସ୍‌ପ୍ଲେ ସହ ଫ୍ରଣ୍ଟ କ୍ୟାମେରା ରହିଛି। ଏଥିରେ ୪ଟି ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏହାର ଫ୍ରଣ୍ଟ ଏବଂ ରିୟର ଉଭୟ କ୍ୟାମେରାରେ ନାଇଟ୍‌ ମୋଡ୍‌ ଦିଆଯିବ।

Vivo V17ର ସ୍ପେସିଫିକେସନ ଦେଖିବାକୁ ଗଲେ, ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ଦିଆଯାଇଛି। ୮ଜିବି ରାମ୍‌ ସହିତ ଏଥିରେ ରହିଛି ୧୨୮ ଜିବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌। ଏହାକୁ ମାଇକ୍ରୋ ଏସ୍‌ଡି କାର୍ଡ ସହ ୨୫୬ ଜିବି ଯାଏଁ ବଢ଼ାଯାଇ ପାରିବ।

ଫଟୋଗ୍ରାଫି ପାଇଁ ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସହ ୪ଟି ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ସେହିପରି ସେଲ୍‌ଫି ପାଇଁ ଏଥିରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଅନ୍ୟପକ୍ଷରେ Vivo V17 ସ୍ମାର୍ଟଫୋନରେ ୪,୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଥିବା ସୂଚନା ମିଳିଛି।

Comment