ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ରିୟଲମି ପକ୍ଷରୁ ଏହାର ଅପ୍‌କମିଙ୍ଗ୍‌ ସ୍ମାର୍ଟଫୋନ ‘ରିୟଲମି ଏକ୍ସ୨ ପ୍ରୋ’ ଲଞ୍ଚ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଏହାକୁ ୟୁରୋପ୍‌ରେ ଲଞ୍ଚ କରାଯିବ। ତେବେ ବର୍ତ୍ତମାନ ଏହାର ପ୍ରମୁଖ ଫିଚର ସାମ୍ନାକୁ ଆସିଛି।

‘ରିୟଲମି ଏକ୍ସ୨ ପ୍ରୋ’ ସ୍ମାର୍ଟଫୋନ୍‌ରେ ୬୪ ମେଗାପିକ୍ସେଲ ସହିତ ୪ଟି ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହି କ୍ୱାଡ୍ କ୍ୟାମେରା ସେଟ୍‌ଅପ୍‌ର ହାଇଲାଇଟ୍‌ ହେଉଛି, ଏଥିରେ ୨୦ ଏକ୍ସ ହାଇବ୍ରିଡ୍‌ ଜୁମ୍‌ ସହିତ ଟେଲିଫଟୋ ଲେନ୍ସ ଦିଆଯାଇଛି। ଏହି ୪ଟି କ୍ୟାମେରା ଭର୍ଟିକାଲି ଗୋଟିଏ ଲାଇନ୍‌ରେ ରହିଛି।

ଅନ୍ୟପକ୍ଷରେ ‘ରିୟଲମି ଏକ୍ସ୨ ପ୍ରୋ’ରେ ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଦିଆଯିବ। ସେହିପରି ଏହି ସ୍ମାର୍ଟଫୋନ୍‌ରେ ୫୦ ୱାଟ୍‌ର ଫାଷ୍ଟ ଚାର୍ଜିଂ ଫିଚର ମିଳିବ।

ଅନ୍ୟପକ୍ଷରେ ‘ରିୟଲମି ଏକ୍ସ୨ ପ୍ରୋ’ରେ ଡୁଅଲ ଷ୍ଟେରୀଓ ସ୍ପିକର ଦିଆଯିବ। ଯେଉଁଥିରେ ଡଲ୍‌ବୀ ଆଟମ୍‌ ଏବଂ ସାର୍ଟିଫାଏଡ୍‌ ହାଇ-ରେସ୍‌ ସାଉଣ୍ଡ କ୍ୱାଲିଟି ଦିଆଯିବ। ତେବେ ଭାରତରେ ଏହି ସ୍ମାର୍ଟଫୋନ କେବେ ଲଞ୍ଚ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ।

Comment