ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ କୋରିଆନ କମ୍ପାନି ସାମସଙ୍ଗ ଭାରତରେ ଲଞ୍ଚ କରିଛି ଦୁଇଟି ନୂଆ ସ୍ମାର୍ଟଫୋନ। ମଙ୍ଗଳବାର ବେଙ୍ଗାଳୁରୁରେ ଆୟୋଜିତ ଏକ ଉଭେଣ୍ଟରେ କମ୍ପାନି ‘ଗାଲାକ୍ସ ନୋଟ୍‌ ୧୦’ ଏବଂ ‘ଗାଲାକ୍ସି ନୋଟ୍‌ ୧୦ ପ୍ଲସ୍‌’ ସ୍ମାର୍ଟଫୋନ ଲଞ୍ଚ କରିଛି।

ଭାରତରେ ‘ଗାଲାକ୍ସ ନୋଟ୍‌ ୧୦’ ଲଞ୍ଚ ହେବା ପରେ ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୬୯,୯୯୯ଟଙ୍କା। ଏହି ଦାମ୍‌ ହେଉଛି ୮ ଜିବି ରାମ୍‌ ଏବଂ ୧୨୮ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌ ବିଶିଷ୍ଟ ସ୍ମାର୍ଟଫୋନର।

ସେହିପରି ‘ଗାଲାକ୍ସି ନୋଟ୍‌ ୧୦ ପ୍ଲସ୍‌’ର ୧୨ ଜିବି ରାମ୍‌ ଓ ୨୫୬ ଜିବି ରୋମ୍‌ ବିଶିଷ୍ଟ ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ ରହିଛି ୭୯,୯୯୯ ଟଙ୍କା। ତେବେ କମ୍ପାନ ପକ୍ଷରୁ ଏହା ଟପ୍‌ ଭାରିଏଣ୍ଟ ୧୨ ରାମ୍‌ ଓ ୫୧୨ ଜିବି ରୋମ୍‌ ବିଶିଷ୍ଟ ସ୍ମାର୍ଟଫୋନ ମଧ୍ୟ ଲଞ୍ଚ ହୋଇଛି।

କମ୍ପାନି ଏହି ସ୍ମାର୍ଟଫୋନ ବ୍ରିକ୍ରି ଉପରେ ଅଫର ମଧ୍ୟ ରଖିଛି। ପ୍ରି-ଅର୍ଡର ବୁକିଂରେ ଗ୍ରାହକ ଏଚ୍‌ଡିଏଫ୍‌ସି କ୍ରେଡିଟ୍‌ କାର୍ଡ ପେମେଣ୍ଟ କଲେ ୬ ହଜାର ଟଙ୍କା କ୍ୟାସବ୍ୟାକ୍‌ ମିଳିବାର ସୁବିଧା ରହିଛି।

ପ୍ରି ବୁକିଂରେ ଗ୍ରାହକଙ୍କୁ ମାତ୍ର ୯୯୯୯ଟଙ୍କାରେ ଗାଲାକ୍ସି ୱାଚ୍ ଆକ୍ଟିଭ୍‌ କିଣି ପାରିବେ। ସେହିପରି ୪,୯୯୯ଟଙ୍କାରେ ଘାଲାକ୍ସି ବଡ୍‌ ମିଳିପାରିବ। ଏଥିସହିତ କମ୍ପାନି ପକ୍ଷରୁ ଗ୍ରାହକଙ୍କୁ ୬ ମାସ ପର୍ଯ୍ୟନ୍ତ ୟୁଟ୍ୟୁବ ପ୍ରିମିୟମ୍‌ ମାଗଣା ସବସ୍କ୍ରିପସନ ମିଳିବ।

Comment