ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଶେଷ ସୁଦ୍ଧା ସ୍ମାର୍ଟଫୋନ ନିର୍ମାତା କମ୍ପାନି ଓପୋ ଏହାର ରେନୋ ଫୋନର ଆଉ କିଛି ଭାରିଏଣ୍ଟ ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ ହେଉଛି। ନିକଟରେ କମ୍ପାନି ପକ୍ଷରୁ ଡିସେମ୍ବରରେ ୬୪ ମେଗାପିକ୍ସେଲ କ୍ୟାମେରା ଓପୋ ରେନୋ ଏସ୍‌ ଲଞ୍ଚ୍‌ ହେବ ବୋଲି ଘୋଷଣା ହୋଇଥିଲା। ହେଲେ ବର୍ତ୍ତମାନ କମ୍ପାନି ରେନୋ ୩ ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ଯାଉଛି।

ଏହି ସ୍ମାର୍ଟଫୋନରେ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯିବ। ଏଥିସହିତ ଓପୋ ରେନୋ ୩ ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୭୩୫ ପ୍ରୋସେସର  ଏବଂ ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯିବ। ନିକଟରେ ଓପୋ ରେନୋ ୩ ସ୍ମାର୍ଟଫୋନର ସ୍ପେସିଫିକେସନ ଏବଂ ଫଟୋ ଲିକ୍‌ ହୋଇଯାଇଛି। ଯାହା ଫଳରେ କମ୍ପାନି ଏହାକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଓପୋ ରେନୋ ୩ ସ୍ମାର୍ଟଫୋନରେ ୬.୫ ଇଞ୍ଚ୍‌ ଫୁଲ ଏଚ୍‌ଡି ଏବଂ ଏମୋଲେଡ୍‌ ଡିସପ୍ଲେ ଦିଆଯାଇଛି। ଏଡି ଅପ୍‌କମିଂ ସ୍ମାର୍ଟଫୋନରେ ୮ଜିବି ପର୍ଯ୍ୟନ୍ତ ରାମ୍‌ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ରୋମ୍‌ ଦିଆଯିବ। ସେହିପରି ଓପୋ ରୋନୋ ୨ ଭଳି ଏଥିରେ ମଧ୍ୟ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯିବ। ଏହି ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୩୦ ହଜାର ଟଙ୍କା ରହିଛି।

ଓପୋ ରୋନୋ ୩ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ରେ ୬୪ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଦିଆଯିବ। ଏଥିସହିତ ୮, ୧୩ ଏବଂ ୨ ମେଗାପିକ୍ସେଲର ଅନ୍ୟାନ୍ୟ କ୍ୟାମେରା ଦିଆଯିବ। ସେହିପରି ସେଲ୍‌ଫି ପାଇଁ ଏଥିରେ ୩” ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମରୋ ଦିଆଯାଇଛି। ଏଥିରେ ୩୦ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ଥିବା ବେଳେ ୪,୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଛି।

Comment