ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଭାରତୀୟ ବଜାରରେ ଲଞ୍ଚ୍‌ ହେଲା Tecno Camon 12 Air ସ୍ମାର୍ଟଫୋନ୍‌। ପଞ୍ଚ୍‌ ହୋଲ୍‌ ଡିସପ୍ଲେ ଏବଂ ଟ୍ରିପଲ ରିୟର କ୍ୟାମେରା ସହିତ ଏହା ହେଉଛି କମ୍ପାନର ବଜେଟ୍‌ ସ୍ମାର୍ଟଫୋନ। କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନର ମୂଲ୍ୟ ୯,୯୯୯ ଟଙ୍କା ରଖାଯାଇଛି। ଗ୍ରାହକ ଏହାର ଦୁଇଟି କଲର ଭାରିଏଣ୍ଟ ନୀଳ ଓ ପର୍ପଲରେ କିଣି ପାରିବେ।

ଏହି ସ୍ମାର୍ଟଫୋନର ସେପସିଫିକେସନ ଦେଖିବାକୁ ଗଲେ ଏହା ଡୁଅଲ ନାନୋ ସିମ୍‌ ସପୋର୍ଟ। ଏଥିରେ ୭୨୦x୧୬୦୦ ପିକ୍ସେଲର ୬.୫୫ ଇଞ୍ଚ ଡିସପ୍ଲେ ରହିଛି। ସେହିପରି ଏଥିରେ ୪ ଜିବି ରାମ୍‌ ସହିତ ୬୪ ଜିବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ଦିଆଯାଇଛି। ଏହାକୁ ମାଇକ୍ରୋ ଏସ୍‌ଡି କାର୍ଡ ସହିତ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ।

ସେହିପରି ଫଟୋଗ୍ରାଫି ପାଇଁ Camon 12 Air ସ୍ମାର୍ଟଫୋନ୍‌ରେ ୧୬ ମେଗାପିକ୍ସେଲର ଟ୍ରିପଲ ରିୟର କ୍ୟାମେରା ରହିଛି। ସେଲ୍‌ଫି ପାଇଁ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳିବ। ଗେମିଂ ପାଇଁ ଏଥିରେ ଅକ୍ଟାକୋର ମିଡିଆ ଟେକ୍‌ ହେଲିଓ ପି୨୨ ପ୍ରୋସେସର ଦିଆଯାଇଛି।

ରିୟର ଆଣ୍ଟି ଅଏଲ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଥିବା ବେଳେ ଏଥିରେ ଫେସ୍‌-ଅନ୍‌ଲକ୍‌ ଫିଚର ମଧ୍ୟ ରହିଛି। କମ୍ପାନି ପକ୍ଷରୁ Camon 12 Air ସ୍ମାର୍ଟଫୋନ୍‌ରେ ୪ ହଜାର ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here