ଓଡ଼ିଶାଲାଇଭ୍‌ ବ୍ୟୁରୋ

 ସ୍ମାର୍ଟଫୋନ ନିର୍ମାତା କମ୍ପାନି ମୋଟୋରୋଲା ଭାରତରେ ଏହାର ଜି-ସିରିଜକୁ ବିସ୍ତାର କରିବାକୁ ଯାଇ ଏକ ମିଡ ରେଞ୍ଜ ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନର ନାଁ ‘ମୋଟୋ ଜି-୮ ପ୍ଲସ୍‌’। ଟ୍ରିପଲ ରିୟର କ୍ୟାମେରା ସହିତ ଏହାକୁ ଭାରତରେ ଲଞ୍ଚ କରାଯାଇଛି।

ମୋଟୋର ଏହି ମିଡ୍‌ ରେଞ୍ଜ ସ୍ମାର୍ଟଫୋନକୁ 4GB + 64GB ଭାରିଏଣ୍ଟ ସହ ଲଞ୍ଚ କରାଯାଇଛି। ଯାହାର ମୂଲ୍ୟ ରହିଛି ୧୩,୯୯୯ ଟଙ୍କା। ଅକ୍ଟୋବର ଶେଷ ଭାଗରେ ମୋଟୋ ଜି-୮ ପ୍ଲସ୍‌ ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ। ଗ୍ରାହକ ଏହାକୁ ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରୁ କିଣି ପାରିବେ।

ଲଞ୍ଚିଂ ଅଫର ଭାବେ Moto G8 Plus ସ୍ମାର୍ଟଫୋନରେ  ଜିଓ ପକ୍ଷରୁ ୨,୨୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌, ୩ ହଜାର ଟଙ୍କାର କ୍ଲିୟରଟ୍ରିପ୍‌ ଭାଉଚର ଏବଂ ୨ ହଜାର ଟଙ୍କାର ଜୁମ୍‌ କାର ଭାଉଚର ମିଳିବ।

Moto G8 Plusର ସ୍ପେସିଫିକେସନ

  • ୬.୩ ଇଞ୍ଚ୍‌ ଫୁଲ ଏଚ୍‌ଡି ପ୍ଲସ୍‌ ଏଲ୍‌ସିଡି ଡିସ୍‌ପ୍ଲେ (୧୦୮୦x୨୨୮୦ ପିକ୍ସେଲ)
  • Adreno 610 GPU
  • 4GB LPDDR4 ରାମ୍‌
  • 2.0GHz ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରଗନ ୬୬୫ ପ୍ରୋସେସର
  • ଟ୍ରିପଲ ରିୟର କ୍ୟାମେରା (୪୮ ମେଗାପିକ୍ସେଲ)
  • ସେଲ୍‌ଫି ପାଇଁ ୨୫ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

Comment