ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଏହାର ୧୦୮ ମେଗାପିକ୍ସେଲ କ୍ୟାମେରାଯୁକ୍ତ Mi CC9 Pro ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରିଦେଇଛି। ଚୀନ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍‌ କରାଯିବ। ଏହି ସ୍ମାର୍ଟଫୋନ୍‌ରେ ମୋଟ ୬ଟି କ୍ୟାମେରା ରହିଛି। ୫ଟି ରିୟର କ୍ୟାମେରା ଏବଂ ଗୋଟିଏ ସେଲ୍‌ଫି କ୍ୟାମେରା। ଏହାର ରିୟରରେ ୧୦୮ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି।

Mi CC9 Pro ସ୍ମାର୍ଟଫୋନ୍‌ର ତିନୋଟି ଭାରିଏଣ୍ଟ ଲଞ୍ଚ୍‌ କରାଯାଇଛି। 6GB/128GB, 8GB/128GB ଏବଂ 8GB/256GB। ପ୍ରଥମ ଭାରିଏଣ୍ଟର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ୨୮ ହଜାର ଟଙ୍କା ଥିବା ବେଳେ ଟପ୍‌ ଭାରିଏଣ୍ଟର ମୂଲ୍ୟ ପ୍ରାୟ ୩୫ ହଜାର ଟଙ୍କା ରହିଛି।

ଏହି ସ୍ମାର୍ଟଫୋନର ବଡ଼ ଫିଚର ହେଉଛି ଏହାର କ୍ୟାମେରା। Mi CC9 Pro ସ୍ମାର୍ଟଫୋନରେ ଫଟୋଗ୍ରାଫି ପାଇଁ ୫ଟି ରିୟର କ୍ୟାମେରା ଦିଆଯାଇଛି। ରିୟରରେ ୧୦୮ ମେଗାପିକ୍ସେଲ ବିଶିଷ୍ଟ ପ୍ରାଇମେରୀ କ୍ୟାମେରା ରହିଛି। ସେହିପରି ୫ ମେଗାପିକ୍ସେଲର ଟେଲିଫୋଟୋ ଲେନ୍ସ ଏବଂ ୧୦ ଏକ୍ସ ଜୁମ୍‌ ମଧ୍ୟ ଏଥିରେ ମିଳିଛି। ୨୦ ମେଗାପିକ୍ସେଲର ଅଲ୍‌ଟ୍ରାୱାଇଡ୍‌ ଲେନ୍ସ ଏବଂ ବୋକେ ମୋଡ୍‌ ପାଇଁ ୧୨ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ସେହିପରି ୨ ମେଗାପିକ୍ସେଲର ଡେଡିକେଟେଡ୍‌ ସେନ୍ସର ଦିଆଯାଇଛି।

ଡଟ୍‌ ନଚ୍‌ ସହ ଏହି ସ୍ମାର୍ଟଫୋନରେ ୬.୪୭ ଇଞ୍ଚ୍ର ଫୁଲ୍‌ ଏଚ୍‌ଡି ପ୍ଲସ ଏମୋଲେଡ ଡିସ୍‌ପ୍ଲେ ଦିଆଯାଇଛି। କ୍ୱାଲକମ୍‌ ସ୍ନାପଡ୍ରାଗନ ୭୩୦ଜି ଜବରଦସ୍ତ ପ୍ରୋସେସର ଦିଆଯାଇଥଇବା ବେଳେ ୫୨୬୦ ଏମ୍‌ଏଏଚ୍‌ର ବଡ଼ ବ୍ୟାଟେରୀ ଦିଆଯାଇଛି।

ଭାରତରେ Mi CC9 Pro ସ୍ମାର୍ଟଫୋନ ଲଞ୍ଚ୍‌ ନେଇ କୌଣସି ସୂଚନା ଦିଆଯାଇନାହିଁ। କମ୍ପାନି ଆସନ୍ତା ନଭେମ୍ବର ୬ରେ ଏହାର ନାଁ ବଦଳାଇ Mi Note 10 ନାଁରେ ପୋଲାଣ୍ଡରେ ଲଞ୍ଚ୍‌ କରିବ ବୋଲି ସୂଚନା ମିଳୁଛି। ତେବେ ଆଗାମୀ ଦିନରେ ଭାରତରେ Mi Note 10 ନାଁରେ ଏହାକୁ ଭାରତରେ ଲଞ୍ଚ୍‌ କରାଯିବା ଶୁଣିବାକୁ ମିଳିଛି।

Comment