ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାମସଙ୍ଗ ଭାରତରେ ଲଞ୍ଚ୍‌ କରିଛି ଦୁଇଟି ସ୍ମାର୍ଟୱାଚ୍। Galaxy Watch Active LTE ଏବଂ Galaxy Watch Active 2. ଗାଲାକ୍ସି ୱାଚ୍ ଆକ୍ଟିଭ ଏଲ୍‌ଟିଇରେ ଦୁଇଟି ଭାରିଏଣ୍ଟ ବଜାରକୁ ଛଡ଼ା ଯାଇଛି। ୪୬ ଏମ୍‌ଏମ୍‌ ଡାଏଲ ଏବଂ ୪୨ ଏମ୍‌ଏମ୍‌ ଡାଏଲ। ୪୬ ଏମ୍‌ଏମ୍‌ ଡାଏଲର ମୂଲ୍ୟ ୩୦,୯୯୦ ଟଙ୍କା ରହିଥିବା ବେଳେ ୪୨ ଏମ୍‌ଏମ୍‌ ଡାଏଲର ମୂଲ୍ୟ ୨୮,୪୯୦ ଟଙ୍କା।

ଗାଲାକ୍ସି ୱାଚ୍ ଆକ୍ଟିଭ ୨ ସ୍ମାର୍ଟଫୋନ୍‌ର ମଧ୍ୟ ୨ଟି ଭାରିଏଣ୍ଟ ରିଲିଜ ହୋଇଛି। ଅଲୁମିନିୟମ ଓ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଭାରଏଣ୍ଟ। ଅଲୁମିନିୟମ ଭାରିଏଣ୍ଟର ମୂଲ୍ୟ ୩୧,୯୯୦ ଟଙ୍କା ରହିଥିବା ବେଳେ ୨୬,୯୯୦ ଟଙ୍କା ରହିଛି।

ଗାଲାକ୍ସି ୱାଚ୍ ଆକ୍ଟିଭ ଏଲ୍‌ଟିଇର ସ୍ପେସିଫିକେସନ

ଏହି ସ୍ମାର୍ଟୱାଚ୍‌ରେ ୧.୩ ଇଞ୍ଚର ସୁପର ଆମୋଲେଡ୍‌ ଡିସପ୍ଲେ ରହିଛି। ୪୨ ଏମ୍‌ଏମ୍‌ ଭାରିଏଣ୍ଟରେ ୧.୨ ଇଞ୍ଚର ଡିସପ୍ଲେ ଦିଆଯାଇଛି। ଏହି ସ୍ମାର୍ଟୱାଚ୍‌ରେ ଇ-ସିମ୍‌ ଲଗାଇପାରିବେ। ବର୍ତ୍ତମାନ ଭାରତରେ ଇ-ସିମ୍‌  ଜିଓ ଏବଂ ଏୟାରଟେଲ୍‌ ଦେଉଛି।

ଗାଲାକ୍ସି ୱାଚ୍ ଆକ୍ଟିଭ ଏଲ୍ଟିଇରେ ଡୁଅଲ କୋର ଏକ୍ସିନୋଜ ୯୧୧୦ ପ୍ରୋସେସର ଦିଆଯାଇଛି। ଏଥିରେ ୧.୫ ଜିବି ରାମ୍‌ ସହିତ ୪ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ରହିଛି। କନେକ୍ଟିଭିଟି ପାଇଁ ଏଲ୍‌ଟିଇ, ବ୍ଲୁଟୁଥ୍‌ ୪.୨ ରହିଛି। ଏଥିରେ ଫିଟ୍‌ନେସ୍‌ ଟ୍ରାକର୍‌ ମଧ୍ୟ ଦିଆଯାଇଛି।

ଗାଲାକ୍ସି ୱାଚ୍ ଆକ୍ଟିଭ ୨ର ସ୍ପେସିଫିକେସନ

ଫିଟ୍‌ନେସ୍‌କୁ ଆଧାର କରି ସାମସଙ୍ଗ ଗାଲାକ୍ସି ୱାଚ୍ ଆକ୍ଟିଭ ୨କୁ ଲଞ୍ଚ୍‌ କରିଛି। ଏଥିରେ ୧.୫ ଇଞ୍ଚ୍‌ର ଆମୋଲେଡ୍‌ ଡିସପ୍ଲେ ରହିଛି। ଗାଲାକ୍ସି ୱାଚ୍ ଆକ୍ଟିଭ ଏଲ୍ଟିଇରେ ଡୁଅଲ କୋର ଏକ୍ସିନୋଜ ୯୧୧୦ ପ୍ରୋସେସର ଦିଆଯାଇଛି। ଏଥିରେ ୧.୫ ଜିବି ରାମ୍‌ ସହିତ ୪ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ରହିଛି। କନେକ୍ଟିଭିଟି ପାଇଁ ଏଲ୍‌ଟିଇ, ବ୍ଲୁଟୁଥ୍‌ ୪.୨ ରହିଛି। ଏଥିରେ ଫିଟ୍‌ନେସ୍‌ ଟ୍ରାକର୍‌ ମଧ୍ୟ ଦିଆଯାଇଛି।

Comment