ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିନ୍‌ଲ୍ୟାଣ୍ଡର ସ୍ମାର୍ଟଫୋନ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ ଶୁକ୍ରବାର ଭାରତରେ ଲଞ୍ଚ୍ କରିଛି ନୋକିଆ ୬.୨ ସ୍ମାର୍ଟଫୋନ। ଗତ ମାସରେ ଆଇଏଫ୍‌ଏ ୨୦୧୯ କାର୍ଯ୍ୟକ୍ରମ ଅବସରରେ କମ୍ପାନି ନୋକିଆ ୬.୨ ଏବଂ ନୋକିଆ ୭.୨ ସ୍ମାର୍ଟଫୋନକୁ ପ୍ରଦର୍ଶନ କରାଯାଇଥିଲା। ଭାରତରେ ଗତ ମାସ ନୋକିଆ ୭.୨କୁ ଲଞ୍ଚ୍‌ କରାଯାଇଥିବା ବେଳେ ଶୁକ୍ରବାର ନୋକିଆ ୬.୨ ସ୍ମାର୍ଟଫୋନକୁ ଲଞ୍ଚ୍‌ କରାଯାଇଛି।

ନୋକିଆ ୭.୨ ତୁଳନାରେ ନୋକିଆ ୬.୨ ସ୍ମାର୍ଟଫୋନର ମୂଲ୍ୟ ଶସ୍ତା ରହିଛି। ୪ଜିବି ରାମ୍‌ ଏବଂ ୬୪ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜଯୁକ୍ତ ନୋକିଆ ୬.୨ ସ୍ମାର୍ଟଫୋନର ମୂଲ୍ୟ ୧୫,୯୯୯ଟଙ୍କା ରଖାଯାଇଛି। ପୂର୍ବରୁ ଲଞ୍ଚ୍‌ ହୋଇଥିବା ନୋକିଆ ୭.୨ର ମଲ୍ୟ ୧୮,୫୯୯ଟଙ୍କା ଥିଲା। ଇ-କମର୍ସ ସାଇଟ୍‌ ଆମଜନରେ ନୋକିଆ ୬.୨ ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହୋଇଯାଇଛି।

ଆମଜନ୍‌ରେ ନୋକିଆ ୬.୨ ସ୍ମାର୍ଟଫୋନର ବିକ୍ରି ପାଇଁ ବିଭିନ୍ନ ଅଫର ମଧ୍ୟ ରହିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଡେବିଟ୍‌ କାର୍ଡ ବ୍ୟବହାର କରି ଓ୍ମାର୍ଟଫୋନ କିଣିଲେ ଗ୍ରାହକଙ୍କୁ ୨ ହଜାର ଟଙ୍କା ଯାଏଁ କ୍ୟାସବ୍ୟାକ୍‌ ମିଳିପାରିବ। ସେହିପରି ପୁରୁଣା ସ୍ମାର୍ଟଫୋନର ଏକ୍ସଚେଞ୍ଜ କରି ଗ୍ରାହକ ୧୦ ହଜାର ୧୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇ ପାରିବେ।

ନୋକିଆ ୬.୨ ସ୍ମାର୍ଟଫୋନର ସ୍ପେସିଫିକେଶନ

  • ୬.୩ ଇଞ୍ଚ୍‌ ଫୁଲ୍‌ ଏଚ୍‌ଡି ପ୍ଲସ ଡିସ୍‌ପ୍ଲେ(ଗରିଲା ଗ୍ଲାସ୍‌ ୩ ପ୍ରୋଟେକ୍ସନ, ଏଚ୍‌ଡିଆର ୧୦)
  • ଆଣ୍ଡ୍ରଏଡ୍‌ ୯ ପାଇ ଅପରେଟିଂ ସିଷ୍ଟମ
  • ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୬୩୬ ପ୍ରୋସେସର
  • ୩,୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ୧୦ ମେଗାପିକ୍ସେଲ ପ୍ରାଇମେରୀ ସହ ଟ୍ରିପଲ ରିୟର କ୍ୟାମେରା
  • ସେଲ୍‌ଫି ପାଇଁ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା

Comment