ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ସହିତ ମିଳିବ ୬୪ ମେଗାପିକ୍ସେଲର ରିୟର କ୍ୟାମେରା। ନଭେମ୍ବର ୨୦ରେ ଭାରତରେ ଲଞ୍ଚ୍‌ ହେବ ‘ରିୟଲମି ଏକ୍ସ୨ ପ୍ରୋ’ ସ୍ମାର୍ଟଫୋନ।

ରିୟଲମି ନିକଟରେ ଏହାର ବହୁପ୍ରତିକ୍ଷୀତ ସ୍ମାର୍ଟଫୋନ Realme X2 Pro ଚୀନ୍‌ରେ ଲଞ୍ଚ କରିଥିଲା। ଏଥିରେ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ସହିତ ୬୪ ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ଆସନ୍ତା ନଭେମ୍ବର ୨୦ରେ ଭାରତରେ ଏହାକୁ ଲଞ୍ଚ୍‌ କରାଯିବ।

ଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ‘ରିୟଲମି ଏକ୍ସ୨ ପ୍ରୋ’ ସ୍ମାର୍ଟଫୋନକୁ ଲଞ୍ଚ୍‌ କରାଯିବ। ଏହି ଦିନ କମ୍ପାନି ପକ୍ଷରୁ ‘ରିୟଲମି ଏକ୍ସ୨ ପ୍ରୋ’ର ଫିଚର, ଦାମ୍‌ ରିଲିଜ୍‌ କରାଯିବ। ଏହା ପୂର୍ବରୁ ରିୟଲମିର ସିଇଓ ମାଧବ ସେଠ୍‌ ଟୁଇଟ୍‌ କରି ଏହି ସ୍ମାର୍ଟଫୋନ ଡିସେମ୍ବରରେ ଘୋଷଣା ହେବ ବୋଲି କହିଥିଲେ। ହେଲେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇଛି।

ତେବେ ଆଶା କରାଯାଉଛି କି, ନଭେମ୍ବର ୨୦ରେ ‘ରିୟଲମି ଏକ୍ସ୨ ପ୍ରୋ’ ଭାରତରେ ଲଞ୍ଚ ହେବା ପରେ ଡିସେମ୍ବରରେ ଏହାର ବିକ୍ରି ଆରମ୍ଭ ହେବ। ମଙ୍ଗଳବାର ଏହା ଚୀନ୍‌ରେ ଲଞ୍ଚ ହୋଇଯାଇଛି। ୩ଟି ଭାରିଏଣ୍ଟ୍‌ରେ ଏହା ଚୀନ୍‌ ବଜାରରେ ଉପଲବ୍ଧ। 6GB/64GB, 8GB/128GB ଏବଂ 12GB/256GB, ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ଯଥାକ୍ରମେ ୨୭ ହଜାର ୨୦୦, ୨୯ ହଜାର ୨୦୦ ଏବଂ ୩୩ ହଜାର ୨୦୦ ଟଙ୍କା।

ତେବେ ଭାରତରେ ମଧ୍ୟ ପାଖାପାଖି ଏହି ଦାମ୍‌ରେ ‘ରିୟଲମି ଏକ୍ସ୨ ପ୍ରୋ’ ସ୍ମାର୍ଟଫୋନ୍‌ ମିଳିବ। ତେବେ ଆସନ୍ତୁ ଜାଣିବା, ଏହି ସ୍ମାର୍ଟଫୋନର କ’ଣ ରହିଛି ସ୍ପେସିଫିକେସନ..

  • କଲର ଓଏସ୍‌ ୬.୧(ଆଣ୍ଡ୍ରଏଡ୍‌ ୯ ପାଇ ଭର୍ସନ)
  • ୬.୫ ଫୁଲ ଏଚ୍‌ଡି ପ୍ଲସ ଡିସପ୍ଲେ(୧୦୮୦x୨୪୦୦ ମେଗାପିକ୍ସେଲ)
  • ଏମୋଲେଡ୍‌ ଡିସପ୍ଲେ
  • ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ
  • ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର
  • ୬୪ ମେଗାପିକ୍ସେଲ କ୍ୱାଡ୍‌ ରିୟର କ୍ୟାମେରା
  • ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

Comment