ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଏହାର ପ୍ରଥମ ‘ୟୁ ସିରିଜ’ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି। ଯାହାର ନାଁ ‘ଭିଭୋ ୟୁ୧୦’। କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନ ଖାସ୍‌ କରି ଯୁବପିଢ଼ିଙ୍କ ପାଇଁ ଲଞ୍ଚ କରାଯାଇଛି। କାହିଁକି ଏହି ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ ରହିଛି ୮,୯୯୦ଟଙ୍କା। ଏହି ମୂଲ୍ୟରେ ଗ୍ରାହକ ୩ଜିବି ରାମ୍‌ ଏବଂ ୩୨ ଜିବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ଥିବା ଭାରିଏଣ୍ଟ ପାଇପାରିବେ।

କମ୍ପାନି ‘ଭିଭୋ ୟୁ୧୦’ ସ୍ମାର୍ଟଫୋନର ଆଉ ୨ଟି ଭାରିଏଣ୍ଟ ବଜାରକୁ ଛାଡ଼ିଛି। ୩ଜିବି ରାମ୍‌+୬୪ଜିବିରୋମ୍‌, ୪ଜିବି ରାମ୍‌+୬୪ଜିବି ରୋମ୍‌। ଯାହାର ଦାମ୍‌ ଯଥାକ୍ରମେ ୯,୯୯୦ ଏବଂ ୧୦,୯୯୦ ଟଙ୍କା ରହିଛି। ଆସନ୍ତା ସେପ୍ଟେମ୍ବର ୨୯ରେ ଏହି ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ। ଗ୍ରାହକ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍‌ ଆମାଜନ ଇଣ୍ଡିଆ ଏବଂ ଭିଭୋ ଅନ୍‌ଲାଇନ୍‌ ଷ୍ଟୋରରୁ କିଣି ପାରିବେ।

‘ଭିଭୋ ୟୁ୧୦’ ସ୍ମାର୍ଟଫୋନ କିଣିବା ପାଇଁ କମ୍ପାନି ପକ୍ଷରୁ ଅଫର ମଧ୍ୟ ରହିଛି। ଏସ୍‌ବିଆଇ କାର୍ଡ ଜରିଆରେ ଏହି ସ୍ମାର୍ଟଫୋନକୁ ଅର୍ଡର କଲେ ଆପଣଙ୍କୁ ୧୦ ପ୍ରତିଶତ ରିହାତି ମିଳିବ। ଏହାସହିତ ୬ ମାସ ପର୍ଯ୍ୟନ୍ତ ନୋ-କଷ୍ଟ୍‌ ଇଏମ୍‌ଆଇର ସୁବିଧା ମିଳିବ।

‘ଭିଭୋ ୟୁ୧୦’ ସ୍ମାର୍ଟଫୋନର ସ୍ପେସିଫିକେସନ

  • ୬.୩୫ ଇଞ୍ଚ ଏଚ୍‌ଡି ପ୍ଲସ ଡିସପ୍ଲେ(୭୨୦x୧୫୪୪ ପିକ୍ସେଲ)
  • କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ଏଆଇଇ ପ୍ରୋସେସର
  • ଆଣ୍ଡ୍ରଏଡ୍‌ ୯ ପାଇ ଥିବା ଫନ୍‌ଟଚ୍‌ ୯.୧ ଅପରେଟିଂ ସିଷ୍ଟମ
  •  ଟ୍ରିପଲ ରିୟର କ୍ୟାମେରା(ପ୍ରାଇମେରୀ ୧୩, ୮ ଏବଂ ୨ ମେଗାପିକ୍ସେଲ)
  • ସେଲ୍ଫି ପାଇଁ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା
  • ୫୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ

Comment