ଓଡ଼ିଶାଲାଇଭ୍‌ ବ୍ୟୁରୋ 

ସ୍ମାର୍ଟଫୋନ ନିର୍ମାତା କମ୍ପାନି ରିୟଲମି ଏହାର ବହୁ ପ୍ରତୀକ୍ଷିତ ୬୪ ମେଗାପିକ୍ସେଲ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ନାଁ ହେଉଛି ‘ରିୟଲମି ଏକ୍ସଟି’। କମ୍ପାନି ପକ୍ଷରୁ ଏହା ହେଉଛି ଭାରତରେ ଲଞ୍ଚ ହୋଇଥିବା ପ୍ରଥମ ୬୪ ମେଗାପିକ୍ସେଲ ପ୍ରଇମେରୀ କ୍ୟାମେରା ସ୍ମାର୍ଟଫୋନ। ‘ରିୟଲମି ଏକ୍ସଟି’ରେ କ୍ୱାଲକମ୍ ସ୍ନାପଡ୍ରାଗନ ୭୧୨ ପ୍ରୋସେସର ମିଳୁଥିବା ବେଳେ ୪ ହଜାର ଏମ୍‌ଏଏଚ୍‌ ବିଶିଷ୍ଟ ବଡ଼ ବ୍ୟାଟେରୀ ମଧ୍ୟ ଦିଆଯାଇଛି।

ରିୟଲମି କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନର ୩ଟି ମେମୋରୀ ଭାରିଏଣ୍ଟ୍ ଭାରତରେ ଲଞ୍ଚ କରାଯାଇଛି। ୪ଜିବି ରାମ୍‌/୬୪ ଜିବି ରୋମ୍‌, ୬ଜିବି ରାମ୍‌/୬୪ଜିବି ରୋମ୍‌ ଏବଂ ୮ଜିବି ରାମ୍‌ ଏବଂ ୧୨୮ ଜିବି ରୋମ୍‌। ଏହି ୩ଟି ଭାରିଏଣ୍ଟ୍‌ର ଦାମ୍‌ ଯଥାକ୍ରମେ ୧୫,୯୯୯ ଟଙ୍କା, ୧୬,୯୯୯ ଟଙ୍କା ଏବଂ ୧୮,୯୯୯ଟଙ୍କା ରହିଛି। ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ଭାରତରେ ‘ରିୟଲମି ଏକ୍ସଟି’ ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ।

ସୂଚନାଯୋଗ୍ୟ, ‘ରିୟଲମି ଏକ୍ସଟି’ ସ୍ମାର୍ଟଫୋନ ସହିତ କମ୍ପାନି ପକ୍ଷରୁ ରିୟଲମି ଓୟାରଲେସ୍‌ ହେଡ୍‌ସେଟ୍‌ ଏବଂ ୧୦ ହଜାର ଏମ୍‌ଏଏଚ୍‌ ବିଶିଷ୍ଟ ପାୱାରବ୍ୟାଙ୍କ ଭାରତରେ ଲଞ୍ଚ କରିଛି। ହେଡ୍‌ସେଟ୍‌ର ମୂଲ୍ୟ ୧୭୯୯ଟଙ୍କା ଥିବା ବେଳେ ପାୱାରବ୍ୟାଙ୍କର ଦାମ୍ ରହିଛି ୧୨୯୯ଟଙ୍କା।

ସ୍ପେସିଫିକେସନ

  • ୬.୪ ଇଞ୍ଚ ଫୁଲ ଏଚ୍‌ଡି ପ୍ଲସ ଆମୋଲେଡ୍‌ ଡିସପ୍ଲେ(୧୦୮୦X୨୩୪୦ ପିକ୍ସେଲ)
  • କଲର ଓଏସ୍‌ ୬(ଆଣ୍ଡ୍ରଏଡ ପାଇ ଭର୍ସନ)
  • ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ, ଗରିଲା ଗ୍ଲାସ୍‌ ୫ ପ୍ରୋଟେକ୍ସନ
  • ୪ଟି ରିୟର କ୍ୟାମେରା (ପ୍ରାଇମେରୀ ୬୪ ମେଗାପିକ୍ସେଲ)
  • ୧୬ ମେଗାପିକ୍ସେଲର ସେଲ୍ଫି କ୍ୟାମେରା
  • ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୭୧୨ ପ୍ରୋସେସର
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ
  • ଭିଓଓସି ୩.୦ ଫାଷ୍ଟ ଚାର୍ଜିଂ
  • ସି ଟାଇପ୍‌ ଚାର୍ଜର

Comment