ଓଡ଼ିଶାଲାଇଭ୍‌ ବ୍ୟୁରୋ

୬୪ ମେଗାପିକ୍ସେଲ କ୍ୟାମେରା ଏବଂ ୧୨ ଜିବି ପର୍ଯ୍ୟନ୍ତ ରାମ୍‌ ଥିବା Realme X2 Pro ସ୍ମାର୍ଟଫୋନ ଆସନ୍ତା ନଭେମ୍ବର ୨୦ରେ ଭାରତରେ ଲଞ୍ଚ୍‌ ହେବ। ତେବେ ଲଞ୍ଚ୍‌ ପୂର୍ବରୁ କମ୍ପାନି ଏହାର ବ୍ଲାଇଣ୍ଡ୍‌ ଅର୍ଡର ସେଲ୍‌ ଆୟୋଜନ କରିବାକୁ ଯାଉଛି। ଏହି ବ୍ଲାଇଣ୍ଡ୍‌ ସେଲ୍‌ରେ ଇଚ୍ଛୁକ ଥିବା ଗ୍ରାହକ ଅନ୍ୟମାନଙ୍କ ପୂର୍ବରୁ ଅର୍ଡର କରି ଏହି ସ୍ମାର୍ଟଫୋନ ପାଇପାରିବେ।

ଆସନ୍ତା ନଭେମ୍ବର ୧୮ ସୋମବାର ଦିନ କମ୍ପାନି ପକ୍ଷରୁ Realme X2 Pro ସ୍ମାର୍ଟଫୋନର ବ୍ଲାଇଣ୍ଡ୍‌ ଅର୍ଡର ସେଲ୍‌ ଆୟୋଜିତ କରୁଛି। ଏହି ସେଲ୍‌ରେ ଫୋନ୍‌ ଅର୍ଡର କରିବା ସମୟରେ ଗ୍ରାହକଙ୍କୁ ଏହାର ମୂଲ୍ୟ ବିଷୟରେ କୌଣସି ସୂଚନା ଦିଆଯାନଥାଏ। ଏହିପରି ଭାବେ ଗ୍ରାହକ ମୂଲ୍ୟ ନଜାଣି ସ୍ମାର୍ଟଫୋନକୁ ଅର୍ଡର କରିବେ। ସେଥଇପାଇଁ ଏହାର ନାଁ ବ୍ଲାଇଣ୍ଡ୍‌ ଆର୍ଡର ସେଲ୍‌।

ସୋମବାର ଦିନ କେତେବେଳେ ସେଲ୍‌ ଆରମ୍ଭ ହେବ ସେନେଇ କମ୍ପାନି କୌଣସି ସୂଚନା ଦେଇନାହିଁ। ତେବେ ଦିନ ୧୨ଟାରୁ ଏହି ବ୍ଲାଇଣ୍ଡ୍‌ ଆର୍ଡର ସେଲ୍‌ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳିଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ୧ ହଜାର ଟଙ୍କା ଡିପୋଜିଟ୍‌ କରିବାକୁ ପଡ଼ିବ। ଏଥିରେ ଗ୍ରାହକଙ୍କୁ ନିଶ୍ଚିତ ରୂପେ Realme X2 Pro ସ୍ମାର୍ଟଫୋନ ମିଳିବ ବୋଲି କୁହାଯାଇଛି।

ଏହି ବ୍ଲାଇଣ୍ଡ୍‌ ସେଲ୍‌ରେ ୮୫୫ ଜଣ ଭାଗ ନେଇପାରିବେ। ଆସନ୍ତା ନଭେମ୍ବର ୨୦ରେ Realme X2 Pro ସ୍ମାର୍ଟଫୋନ ଭାରତରେ ଲଞ୍ଚ୍‌ ହେବ। ଲଞ୍ଚ୍‌ ଦିନ ଏହାର ମୂଲ୍ୟ ମଧ୍ୟ ଘୋଷଣା କରାଯିବ। ମୂଲ୍ୟ ଘୋଷଣା ପରେ ସ୍ମାର୍ଟଫୋନ ପାଇଁ ଅର୍ଡର କରିଥିବା ଗ୍ରାହକଙ୍କୁ ବାକି ଥିବା ଟଙ୍କା ଦେବାକୁ ପଡ଼ିବ। ଏହାପରେ Realme X2 Pro ସ୍ମାର୍ଟଫୋନ ଭାରତୀୟ ବଜାରକୁ ଆସିବ ପୂର୍ବରୁ ଏହି ୮୫୫ ଜଣ ଗ୍ରାହକଙ୍କୁ ଆଗୁଆ ମିଳିପାରିବ।

Comment