ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ୱାନ୍‌ପ୍ଲସ୍‌ ଖୁବ୍‌ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଅପକମିଙ୍ଗ୍‌ ସ୍ମାର୍ଟଫୋନ ‘ୱାନପ୍ଲସ୍‌ ୭ଟି’ ଏବଂ ‘ୱାନପ୍ଲସ୍‌ ୭ଟି ପ୍ରୋ’। ତେବେ ଲଞ୍ଚିଂ ପୂର୍ବରୁ ଏହାର କିଛି ଫିଚର ସାମ୍ନାକୁ ଆସିଛି। ତେବେ ଆସନ୍ତୁ ନଜର ପକାଇବା ଏହାର ଫିଚର ଓ ସ୍ପେସିଫିକେସନ ଉପରେ।

ୱାନ୍‌ପ୍ଲସ୍‌ ୭ଟି’ ସ୍ମାର୍ଟଫୋନରେ ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି। ଏହାସହ ୬.୫୫ ଇଞ୍ଚ ବିଶିଷ୍ଟ ଏମୋଏଲ୍‌ଇଡି ଡିସପ୍ଲେ ରହିଛି। ତେବେ କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ମିଳିପାରେ ବୋଲି ଆଶା କରାଯାଉଛି। ୮ଜିବି ରାମ୍‌ ବିଶିଷ୍ଟ ଏହି ସ୍ମାର୍ଟଫୋନର ୧୨୮ଜିବି/୨୫୬ଜିବି ରୋମ୍‌ ବିଶିଷ୍ଟ ଦୁଇଟି ଭାରିଏଣ୍ଟ ରହିଛି।

୭ଟି’ ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍‌ ରହିଛି। ଯେଉଥିରେ ପ୍ରାଇମେରୀ କ୍ୟାମେରା ରହିଛି ୪୮ ମେଗାପିକ୍ସେଲ। ସେହିପରି ସେଲ୍ଫି ପାଇଁ ଏହି ସ୍ମାର୍ଟଫୋନ ୧୬ ମେଗାପିକ୍ସେଲର ପ୍ରଣ୍ଟ କ୍ୟାମେରା ରହିଛି। ୱାନ୍‌ପ୍ଲସ୍‌ ୭ଟି’ ସ୍ମାର୍ଟଫୋନରେ ୩୮୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି।

ଅନ୍ୟପକ୍ଷରେ ‘ୱାନପ୍ଲସ୍‌ ୭ଟି ପ୍ରୋ’ ସ୍ମାର୍ଟଫୋନରେ ୬.୫୫ ଇଞ୍ଚ ବିଶିଷ୍ଟ ଏମୋଏଲ୍‌ଇଡି ଡିସପ୍ଲେ କ୍ୟୁଏଚ୍‌ଡି ପ୍ଲସ ରିଜଲ୍ୟୁସନ ମିଳୁଛି। ଏହି ସ୍ମାର୍ଟଫୋନରେ ମଧ୍ୟ ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି। ୭ଟି ପ୍ରୋ’ରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଦିଆଯାଇଥିବା ବେଳେ ୮ଜିବି ରାମ୍‌ ଓ ୨୫୬ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ମଳୁଛି।

୪୮ ମେଗାପିକ୍ସେଲର ପ୍ରଇମେରୀ କ୍ୟାମେରା ସହ ୪,୦୮୫ ଏମ୍‌ଏଏଚ୍‌ର ବ୍ୟାଟେରୀ ମିଳୁଛି ‘ୱାନପ୍ଲସ୍‌ ୭ଟି ପ୍ରୋ’ ସ୍ମାର୍ଟଫୋନରେ। ସେଲ୍ଫି ପାଇଁ ଏଥିରେ ରହିଛି ୧୬ ମେଗାପିକ୍ସେଲର କ୍ୟାମେରା। ଆସନ୍ତା ୧୩ ଅକ୍ଟୋବରରେ ଏହି ଦୁଇଟି ସ୍ମାର୍ଟଫୋନ ରିଲିଜ ହେବାକୁ ଥିବା ବେଳେ ୧୫ ଅକ୍ଟୋବରୁ ଏହା ବିକ୍ରି ଆରମ୍ଭ ହେବ।

Comment