ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମୀ ଭାରତରେ ଲଞ୍ଚ କରିଛି ‘ଏମ୍‌ଆଇ ବ୍ୟାଣ୍ଡ୍‌ ୪’। ଆଜି ଆୟୋଜିତ ହୋଇଥିବା ସ୍ମାର୍ଟ ଲିଭିଙ୍ଗ୍‌ ୨୦୨୦ ଇଭେଣ୍ଟ୍‌ରେ ‘ଏମ୍‌ଆଇ ବ୍ୟାଣ୍ଡ୍‌ ୪’କୁ ଲଞ୍ଚ କରାଯାଇଛି। ଏହାର ମୂଲ୍ୟ ରହିଛି ୨,୯୯୯ଟଙ୍କା। ଏହା ସହିତ ସ୍ମାର୍ଟ ଲିଭିଙ୍ଗ୍‌ କାର୍ଯ୍ୟକ୍ରମରେ ଏମ୍‌ଆଇ ୱାଟର ପ୍ୟୁରିଫାୟର ଏବଂ ସ୍ମାର୍ଟ ଟିଭି ଲଞ୍ଚ କରାଯାଇଛି।

ଏମ୍‌ଆଇ ବ୍ୟାଣ୍ଡ୍‌୪ରେ ୦.୯୫ ଇଞ୍ଚ୍‌ର କଲର ଆମୋଲେଡ୍‌ ଡିସପ୍ଲେ ରହିଛି। ସ୍କ୍ରିନ୍‌ ପ୍ରୋଟେକ୍ସନ ପାଇଁ ଏଥିରେ ରହିଛି ୨.୫ଡି ଟେମ୍ପର୍ଡ ଗ୍ଲାସ୍‌ ଏବଂ ଆଣ୍ଟି ଫିଙ୍ଗରପ୍ରିଣ୍ଟ କୋଟିଙ୍ଗ୍‌। ଏହି ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ରେ ୫୧୨ କେବିର ରାମ୍‌ ଏବଂ ୧୬ ଏମ୍‌ବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌ ଦିଆଯାଇଛି।

‘ଏମ୍‌ଆଇ ବ୍ୟାଣ୍ଡ୍‌ ୪’ରେ ୧୩୫ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି। ଏହି ଫିଟ୍‌ନେସ୍‌ ବ୍ୟାଣ୍ଡ୍‌କୁ ଆଣ୍ଡ୍ରଏଡ୍‌ ୪ କିମ୍ବା ଏହାର ଉପର ଭର୍ସନ ସ୍ମାର୍ଟଫୋନ ସହିତ କନେକ୍ଟ କରିପାରିବେ। ସେହିପରି ଆଇଫୋନ ୟୁଜର୍ସ ମଧ୍ୟ ଏହାକୁ କନେକ୍ଟ କରିପାରିବେ। ଏଥିପାଇଁ ଆଣଙ୍କ ଆଇଫୋନ୍‌ରେ ଆଇଓଏସ୍‌ ୯ କିମ୍ବା ଏହାର ଉପର ଭର୍ସନ ଅପରେଟିଂ ସିଷ୍ଟମ ଥିବା ଆବଶ୍ୟକ।

‘ଏମ୍‌ଆଇ ବ୍ୟାଣ୍ଡ୍‌ ୪’ରେ ୬ଟି ୱାର୍କ ଆଉଟ୍‌ ମୋଡ୍‌ ଦିଆଯାଇଛି। ସେହିପରି ଏଥିରେ ଥିବା ରିଷ୍ଟ୍‌ ବ୍ୟାଣ୍ଡ୍‌କୁ ଆପଣ ବଦଳାଇପାରିବେ। ତେବେ ଏହି ଫିଟ୍‌ନେସ୍‌ ବ୍ୟଣ୍ଡକୁ ଥରେ ଫୁଲ ଚାର୍ଜ କଲେ ଏହା ୨୦ ଦିନ ଚାଲିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଭାରତରେ ‘ଏମ୍‌ଆଇ ବ୍ୟାଣ୍ଡ୍‌ ୪’ ନିକଟରେ ଲଞ୍ଚ ହୋଇଥିବା ଲେନୋଭୋ ସ୍ମାର୍ଟ ୱାଚ୍‌କୁ ଟକ୍କର ଦେବ। କାହିଁକି ନାଁ ଦାମ୍‌କୁ ନଜରରେ ରଖିଲେ ଉଭୟଙ୍କ ମଧ୍ୟରେ ମାତ୍ର ୫୦୦ଟଙ୍କାର ଫରକ। ଏଥିସହିତ ଏମ୍‌ଆଇଠାରୁ  ଲେନୋଭୋ ତା’ ସ୍ମାର୍ଟ ୱାଚ୍‌ରେ ଅଧିକ ଫିଚର ରଖିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତରେ ‘ଏମ୍‌ଆଇ ବ୍ୟାଣ୍ଡ୍‌ ୩’ ବହୁତ ଲୋକପ୍ରିୟ ହୋଇଥିଲା।

Comment