ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପୁଣି ଚର୍ଚ୍ଚାରେ ପରିଣିତି ଚୋପ୍ରା। କାରଣ ପୁଣି ଦମଦାର ଫିଲ୍ମରେ ସେ ନାୟିକା ସାଜିଛନ୍ତି। ପ୍ରଚଳିତ ସାମାଜିକ ବ୍ୟବସ୍ଥା ଉପରେ ଆଧାରିତ ଫିଲ୍ମ ‘ଜବରିଆ ଯୋଡ଼ି’ରେ ଦମଦାର ଭୂମିକାରେ ଅଭିନୟ କରୁଛନ୍ତି।

ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶିତ ଏହି କମେଡି ଫିଲ୍ମରେ ଅଭୟ ଏବଂ ବବଲୀଙ୍କ ଲଭଷ୍ଟୋରି ଦେଖାଯାଇଛି। ଏଥିରେ ସିଦ୍ଧାର୍ଥ ‘ଅଭୟ’ ଓ ପରିଣିତି ‘ବବଲି’ ଯାଦବ ଚରିତ୍ରରେ ଅଭିନୟ କରିଛନ୍ତି।

ଉତ୍ତରପ୍ରଦେଶ ଓ ବିହାରରେ ହେଉଥିବା ଜୋର ଜବରଦସ୍ତ ବିବାହ ପ୍ରସଙ୍ଗ ଉପରେ ଫିଲ୍ମର କାହାଣୀ ନିର୍ମାଣ ହୋଇଛି।  ଫିଲ୍ମରେ ସିଦ୍ଧାର୍ଥ ଏକ ଏଭଳି ଚରିତ୍ରରେ ଅଭିନୟ କରିଛନ୍ତି ଯିଏକି ଯୁବକଙ୍କୁ ଆଣି ଜୋର ଜବରଦସ୍ତ ବିବାହ କରି ଦେଉଛନ୍ତି।

ଏଥିରେ ପ୍ରଥମ ଥର ସିଦ୍ଧାର୍ଥ ଗୋଟିଏ ଛୋଟ ସହରର ଭୂମିକରେ ଅଭିନୟ କରିଛନ୍ତି। ୨ମିନିଟ ୫୮ ସେକେଣ୍ଡର ଟ୍ରେଲରରେ ଦମଦାର ଅନ୍ଦାଜରେ ସିଦ୍ଧାର୍ଥ ଓ ପରିଣିତି ନଜର ଆସିଛନ୍ତି। ଏ ଫିଲ୍ମ ଅଗଷ୍ଟ ୨ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ‘ହସି ତୋ ଫସି’ ପରେ ଏହି ଯୋଡ଼ି ପୁଣିଥରେ ଏକାଠି ସ୍କ୍ରିନ ସେୟାର କରୁଛନ୍ତି।

Comment