ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ବହୁତ କମ୍ ଷ୍ଟାର ଅଛନ୍ତି ଯିଏକି କମ୍ ସମୟରେ ସଫଳତା ପାଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ଅଭିନେତା ରଣବୀର ସିଂ। ରଣବୀର ୨୦୧୦ରେ ବ୍ୟାଣ୍ଡ ବାଜା ବାରତରେ ବଲିଉଡ ଡେବ୍ୟୁ କରିଥିଲେ। ତାଙ୍କୁ ବଲିଉଡରେ ଏହାରି ଭିତରେ ୯ ବର୍ଷ ହେଲାଣି। ଏହି ୯ ବର୍ଷରେ ଅନେକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ରଣବୀର। ସେହି ଫିଲ୍ମ ଭିତରୁ ୫ଟି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଛି।

ରାମ ଲୀଲା

୨୦୧୩ରେ ରିଲିଜ ହୋଇଥିଲା ରଣବୀରଙ୍କ ଫିଲ୍ମ ରାମଲୀଲା। ଏହି ଫିଲ୍ମ ସବୁ ରେକର୍ଡ ଭାଙ୍ଗିଥିଲା। ରିଲିଜ ହେବାର ପ୍ରଥମ ଦିନରେ ଏହି ଫିଲ୍ମ୧୮.୮୫ କଲେକ୍ସନ କରିଥିଲା। ସମୁଦାୟ ୨୨୦କୋଟି କଲେକ୍ସନ କରିଥିଲା। ଏଥିରେ ତାଙ୍କ ଅପୋଜିଟରେ ଅଭିନୟ କରିଥିଲେ ଦୀପିକା ପାଦୁକୋନ।

ବାଜିରାଓ ମସ୍ତାନୀ

୨୦୧୫ରେ ରଣବୀର ସିଂହଙ୍କ ଆଉ ଏକ ବାଜିରାଓ ମସ୍ତାନୀ ଫିଲ୍ମ ରିଲିଜ ହୋଇଥିଲା। ଏଥିରେ ବି ଦୀପିକା ଓ ରଣବୀର ଏକାଠି କାମ କରିଥିଲେ। ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ୧୨.୮୦ କୋଟି କଲେକ୍ସନ କରିଥିଲା। ସମୁଦାୟ ୩୬୫ କୋଟି କଲେକ୍ସନରେ ସଫଳ ହୋଇଥିଲା। ଫିଲ୍ମଟି ୧୪୫ କୋଟି ବଜେଟରେ ନିର୍ମାଣ ହୋଇଥିଲା।

ପଦ୍ମାବତ୍

ରଣବୀର ଓ ଦୀପିକାଙ୍କ ଅଭିନୀତ ଫିଲ୍ମ ପଦ୍ମାବତ ବଲିଉଡରେ ସୁପରହିଟ ଫିଲ୍ମ ପ୍ରମାଣିତ ହୋଇଥିଲା। ଫିଲ୍ମ ପାଇଁ ରଣବୀର କଠିନ ପରିଶ୍ରମ କରିଥିଲେ। ରିଲିଜ ହେବାର ପ୍ରଥମ ଦିନରେ ଫିଲ୍ମଟି ୧୮ କୋଟି କଲେକ୍ସନ କରିଥିଲା। ୨୧୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ସମୁଦାୟ ୫୮୫ କୋଟି କଲେକ୍ସନ କରିଥିଲା।

ସିମ୍ବା

ପଦ୍ମାବତ ପରେ ରଣବୀରଙ୍କ ଫିଲ୍ମ ସିମ୍ବା ଆସିଥିଲା। ୨୦୧୮ ରିଲିଜ ହୋଇଥିବା ଏହି ଫିଲ୍ମରେ ରଣବୀରଙ୍କ ବିପରୀତରେ ଥିଲେ ସାରା ଅଲ୍ଲୀ ଖାନ। ଫିଲ୍ମ ପ୍ରଥମ ଦିନରେ ୨୦.୫୦ କୋଟି କଲେକ୍ସନ କରିଥିଲା। ସମୁଦାୟ ୪୦୦ କୋଟି ଆୟ କରିବାରେ ଫିଲ୍ମ ସଫଳ ହୋଇଥିଲା।

ଗଲିବୟ

ଚଳିତ ବର୍ଷ ରିଲିଜ ହୋଇଥିଲା ରଣବୀରଙ୍କ ଅଭିନୀତ ଫିଲ୍ମ ଗଲିବୟ। ଏହା ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଥିଲା। ଏଥିରେ ରଣବୀରଙ୍କ ଅପୋଜିଟରେ ଅଭିନେତ୍ରୀ ଆଲିୟା ଭଟ୍ଟ ନଜର ଆସିଥିଲେ। ଏହି ଫିଲ୍ମ ପ୍ରଥମ ଦିନରେ ୧୮.୫ ଆୟ କରିଥିଲା ବେଳେ ସମୁଦାୟ ୨୩୬ କୋଟି ଆୟ କରିବାରେ ସଫଳ ହୋଇଥିଲା।

Comment