ଓଡ଼ିଶାଲାଇଭ୍ ବ୍ୟୁରୋ

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ବା ହାର୍ଟ ଆଟାକ୍ ଆଶଙ୍କାରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଅଣ୍ଡା ଖାଆନ୍ତୁ। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ସପ୍ତାହରେ ଅତିକମ୍‌ରେ ୧୨ଟି ଅଣ୍ଡା ସେବନ କଲେ ପ୍ରିଡାଇବେଟିସ୍‌ ବା ଟାଇପ୍-୨ଡାଇବେଟିସ୍‌ ଥିବା ବ୍ୟକ୍ତି ଖାଇଲେ ହାର୍ଟ ଜନିତ କୌଣସି ସମସ୍ୟା ହେବ ନାହିଁ।

ଯଦି ଶରୀରରେ ଆଇରନ୍‌ର ମାତ୍ରା କମ୍ ଥାଏ, ତେବେ ଅଣ୍ଡାର କେଶର ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ସବୁଠୁ ଅଧିକ ଆଇରନ୍‌ ଥାଏ। କିଛି ଦିନ ପର୍ଯ୍ୟନ୍ତ ଖାଇଲେ ଶରୀରରେ ଆଇରନ୍ ମାତ୍ରା ଠିକ୍ ହୋଇଥାଏ।

ଅଣ୍ଡାର କେଶରରେ ବାୟୋଟିନ୍ ଥାଏ। ଅଣ୍ଡାର ହଳଦିଆ ଅଂଶ ଲଗାଇଲେ କେଶ କୋମଳ ରହିଥାଏ।

ଅଣ୍ଡାର ଧଳା ଅଂଶ ମୁହଁରେ ଲଗାଇଲେ ମୁହଁ ଟାଇଟ୍ ହୋଇଥାଏ।

ଅଣ୍ଡାରେ ପ୍ରୋଟିନ୍ ଏବଂ ଆମିନୋ ଏସିଡ୍‌ରେ ପ୍ରଚୁର ପରିମାଣରେ ଥାଏ। ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଅଧିକାଂଶ ଡାକ୍ତର ପ୍ରତିଦିନ ଅଣ୍ଡା ଖାଇଥାନ୍ତି।

ଅଣ୍ଡାରେ ଭିଟାମିନ୍ ଏ, ଡି, ବି, ଲୁଟିନ୍ ଏବଂ ବି୧୨ ପୋଷକ ତତ୍ୱ ରହିଥାଏ। ଏହି ତତ୍ୱ ଆଖି ପାଇଁ ବେଶ୍ ଲାଭଦାୟକ।

ଓଜନ କମାଇବାରେ ଏବଂ ବମାଇବାରେ ଅଣ୍ଡା ମ୍ୟାଜିକ୍ ଭଳି କାମ କରିଥାଏ। ଯଦି ଆପଣ ଓଜନ କମାଇବାକୁ ଚାହୁଁଉନ୍ତି, ଅଣ୍ଡାର ଧଳା ଅଂଶ ଖାଆନ୍ତୁ।

ଯଦି ଆପଣ ମୋଟା ହେବାକୁ ଚାହୁଁଛନ୍ତି, ଅଣ୍ଡାର କେଶର ଅଂଶ ଖାଆନ୍ତୁ।

Comment