ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବିଶ୍ୱକପର ଫାଇନାଲ ଆସନ୍ତା ୧୪ତାରିଖରେ ଇଂଲଣ୍ଡର ଲର୍ଡସରେ ଖେଳାଯିବ ।ଏହି ବିଶ୍ୱକପରେ ଚାମ୍ପିଅନ୍ ଦଳକୁ ବିଶ୍ୱକପ୍ ଟ୍ରଫି ପ୍ରଦାନ କରିପାରନ୍ତି ସଚିନ୍ ତେନ୍ଦୁଲକର୍। ସଚିନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କ ନା ମଧ୍ୟରେ ଏଥିରେ ରହିଛି। ଏହାସହ ବ୍ରିଟିଶ ରାଜପରିବାରର ଯେକୌଣସି ସଦସ୍ୟ ଏହି ଟ୍ରଫି ପ୍ରଦାନ କରିବାର ସମ୍ଭାବନା ରହିଛି।
ଆଇସିସି ପରମ୍ପରା ଅନୁସାରେ ବିଜେତା ଦଳକୁ ବର୍ତ୍ତମାନର ଚେୟାରମ୍ୟାନ ସଶାଙ୍କ ମନୋହର ବିଶ୍ଵକପ ଟ୍ରଫି ପ୍ରଦାନ କରିବେ। ମାତ୍ର ୨୦୧୫ ବିଶ୍ୱକପ୍ ଫାଇନାଲରେ ଟ୍ରଫି ପ୍ରଦାନକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଆଇସିସିର ତତ୍କାଳୀନ ସଭାପତି ମୁସ୍ତାଫା କମାଲଙ୍କ ପରିବର୍ତ୍ତେ ଆଇସିସିର ଚେୟାରମ୍ୟାନ୍ ଏନ୍.ଶ୍ରୀନିବାସନ୍ ଚାମ୍ପିଅନ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଯାହାକୁ ନେଇ ଅନେକ ପ୍ରକାର ଅସନ୍ତୋଷ ଦେଖିବାକୁ ମିଳିଥିଲ। ଏଥିପାଇଁ ଏହି ପରମ୍ପରାକୁ ଆଇସିସି ଭାଙ୍ଗିବ ବୋଲି ସୂଚନା ମିଳିଛି।
ତେଣୁ ଚଳିତ ବିଶ୍ଵକପ ଫାଇନାଲରେ କିମ୍ବଦନ୍ତୀ ଖେଳାଳି କିମ୍ବା ରାଜପରିବାର ସଦସ୍ୟଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରିବା ପାଇଁ ଯୋଜନା କରୁଛି ଆଇସିସି। ଏନେଇ ଆଇସିସି ବର୍ମିଂହାମ୍ ପ୍ୟାଲେସ୍ କୁ ନିମନ୍ତ୍ରଣ ମଧ୍ୟ ପଠାଇସାରିଛି। ମାତ୍ର ସେଠାରୁ ଉତ୍ତର ଆସିବାକୁ ସମୟ ଲାଗିପାରେ ସେଥିପାଇଁ କୌଣିସି କିମ୍ଵଦନ୍ତୀ କ୍ରିକେଟରଙ୍କୁ ମଧ୍ୟ ଟ୍ରଫି ପ୍ରଦାନ ପାଇଁ ସୁଯୋଗ ମିଳିପାରେ। ଏନେଇ ସଚିନ ତେନ୍ଦୁଲକରଙ୍କ ନାମ ବେଶି ଚର୍ଚ୍ଚା ହେଉଛି।


















