ଓଡ଼ିଶାଲାଇଭ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ କୃଷି ମହାବିଦ୍ୟାଳୟ ପକ୍ଷରୁ ୭୦ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି। ଏଥିରେ ସୋଆ ଏନ୍ଏସ୍ଏସ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ମହାବିଦ୍ୟାଳୟର ବିଭିନ୍ନ ସ୍ଥାନରେ ତଥା ବିନ୍ଧ୍ୟଗିରିସ୍ଥିତ କୃଷି ଅନୁସନ୍ଧାନ ଷ୍ଟେସନରେ ଶତାଧିକ ବୃକ୍ଷରୋପଣ କରାଯାଇଛି।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର.ବିଜୟ କୁମାର ସାହୁ, ସ୍ନାତକୋତର ଅଧ୍ୟକ୍ଷ ଡକ୍ଟର.ପ୍ରେମାନନ୍ଦ ମହାପାତ୍ର, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର.ସରୋଜ କୁମାର ମହାନ୍ତି, ଚକ୍ରଧର ପାତ୍ର, ସତ୍ୟନାରାୟଣ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣର ଉପକାରିତା ତଥା ତା’ର ଯତ୍ନ ନେବା କୌଶଳ ଉପରେ ଆଲୋକପାତ କରାଯାଇଥିଲା। ଚଳିତ ବନ ମହୋତ୍ସବକୁ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ନିଆରା ଢଙ୍ଗରେ ପାଳନ କରିଥିଲେ ।

ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ନିକଟସ୍ଥ ମଧୁସୂଦନ ପାର୍କରେ ଗତ ୬ ଦିନ ଧରି  ଚାରା ବିତରଣ କରି ଫନି ପରବର୍ତ୍ତୀ ଅବସ୍ଥାରୁ ମୁକୁଳିବା ପାଇଁ ଉଦ୍ୟମ କରିଥିଲେ । ଏହି କାର୍ଯ୍ୟକ୍ରମ ଆହୁରି ୪ ଦିନ ଚାଲିବ  ବୋଲି ଏନ୍ଏସ୍ଏସ୍ ପ୍ରୋଗ୍ରାମ ସଂଯୋଜକ ଡକ୍ଟର.ନଚିକେତା ଶର୍ମା କହିଛନ୍ତି ।

Comment