ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ(ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚରାଲ୍ ସାଇନସେସ୍ ପକ୍ଷରୁ “କୃଷି ଗବେଷଣା ଏବଂ ପରାମର୍ଶ ସେବା” ଶୀର୍ଷକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କୃଷି ଶିଳ୍ପ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅମୀୟ କୁମାର ବେହେରା ଯୋଗ ଦେଇ କୃଷି ଗବେଷଣା ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ କୃଷି ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ବିଦ୍ୟାଧର ମହାରଣା ପରାମର୍ଶ ସେବା ଉପରେ ଆଲୋକପାତ କରିଥିଲେ।

ଆରମ୍ଭରେ ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଏଏସ୍‌ର ଗବେଷଣା ବିଭାଗ ନିର୍ଦ୍ଦେଶକ ପ୍ରଫେସର ଶିଶିର କାନ୍ତ ବେହେରା ଆଲୋଚନାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହିତ ଉପସ୍ଥିତ ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କୁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ବିଷୟରେ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଆଲୋଚନାରେ ସାମିଲ ହୋଇଥିଲେ।

Comment