ଓଡ଼ିଶାଲାଇଭ୍ ବ୍ୟୁରୋ

jagannath

ପବିତ୍ର ରଥଯାତ୍ରା ସମୟରେ ଲୋକପ୍ରିୟ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ପକ୍ଷରୁ ଏକ କୁଇଜ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଶାଲାଇଭ୍‌ର ଫେସ୍‌ବୁକ୍ ପେଜ୍‌ ମାଧ୍ୟମରେ ଏହି କୁଇଜର ପରିଚାଳନା କରାଯାଉଛି। ବହୁ ସଂଖ୍ୟାରେ ପାଠକମାନେ ପ୍ରତିଦିନ ପଚରାଯାଉଥିବା ପ୍ରଶ୍ନର ସଠିକ୍ ଉତ୍ତର ଦେଉଛନ୍ତି। ସଠିକ୍ ଉତ୍ତର ଦେଇ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ସେମାନଙ୍କର ଜ୍ଞାନର ଗଭୀରତା ପ୍ରମାଣିତ କରି ଆସୁଛନ୍ତି।

ଓଡ଼ିଶାଲାଇଭ୍ ପକ୍ଷରୁ ରଥଯାତ୍ରା ସମୟରେ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ଆଦି ଶ୍ରୀଜିଉଙ୍କ ନୀତିର ସିଧା ପ୍ରସାରଣ ଛଡ଼ା ଓଡ଼ିଶାଲାଇଭ୍ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଏହାର ୱେବ ଏବଂ ସୋସିଆଲ୍ ଚ୍ୟାନେଲ୍‌ଗୁଡ଼ିକରେ ପ୍ରସାରିତ ହୋଇ ଦେଶ ବିଦେଶର ଲୋକଙ୍କ ପାଖରେ ପହଞ୍ଚିଥାଏ।

Eha Rath Yatra Quiz

ଚଳିତ ବର୍ଷ ‘ଓଡ଼ିଶାଲାଇଭ୍ ରଥଯାତ୍ରା କୁଇଜ୍’ ନାଁରେ ଫେସ୍‌ବୁକ୍ ମାଧ୍ୟମରେ ଏକ ଦୈନିକ କୁଇଜ୍ କାର୍ଯ୍ୟକ୍ରମ ଚାଲିଛି। ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଡିଜିଟାଲ୍ କୁଇଜ୍ କାର୍ଯ୍ୟକ୍ରମ ନୀଳାଦ୍ରି ବିଜେ ପରଦିନ ଅର୍ଥାତ୍ ୧୬ ଜୁଲାଇରେ ଶେଷ ହେବ ।

ଏହି କୁଇଜ୍ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା, ମନ୍ଦିରର ନୀତିରୀତି, ଶ୍ରୀଜଗନ୍ନାଥଙ୍କ ଭକ୍ତ ଏବଂ ସାମଗ୍ରିକ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆଧାର କରି ପ୍ରଶ୍ନ ପଚରାଯାଉଛି। ଓଡ଼ିଆ ଜନଜୀବନର ଆଦ୍ୟ ପରିଚୟ ଜଗନ୍ନାଥଙ୍କୁ ନୂଆ ପିଢ଼ି ବିଶେଷକରି ଡିଜିଟାଲ୍ ମିଡିଆର ଦର୍ଶକ ଓ ପାଠକମାନଙ୍କ ସହିତ ଯୋଡ଼ିବା ଏହି କୁଇଜ୍‌ର ମୂଳ ଉଦ୍ଦେଶ୍ୟ ବୋଲି ଓଡ଼ିଶାଲାଇଭ୍‌ର ସମ୍ପାଦନ ନୀଳାମ୍ବର ରଥ କହିଛନ୍ତି।

Eha Rath Yatra Quiz

ଓଡ଼ିଶାରେ ନୂଆ କରି ଗଢ଼ି ଉଠିଥିବା ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ‘ଆଗ୍ରି ଲିଙ୍କ୍’ର ଲୋକପ୍ରିୟ ଜୁସ୍ ‘ଏହା’ ଏହି କୁଇଜ୍ କାର୍ଯ୍ୟକ୍ରମର ପ୍ରାୟୋଜକ ରହିଛନ୍ତି। ‘ଏହା’ ପକ୍ଷରୁ ବଜାରକୁ ଆସିଥିବା ବିଭିନ୍ନ ସ୍ୱାଦର ଜୁସ୍ ମଧ୍ୟରେ ରହିଛି – ଚିଲି ଗ୍ୱାଭା, ଲିଚି, ମ୍ୟାଙ୍ଗୋ, ମିକ୍ସଡ୍‌ ଫ୍ରୁଟ୍, ଲେମନ୍ ସିକଞ୍ଜି। ‘ମସ୍ତ ଏହା, ସ୍ୱସ୍ଥ ଏହା’ ଟ୍ୟାଗ୍ ଲାଇନ୍ ନେଇ ପଲ୍‌ପରୁ ପ୍ରସ୍ତୁତ ଏହି ଜୁସ୍ ଏବେ ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିପାରିଛି। ବିଶେଷକରି ନୂଆ ପିଢ଼ିର ଗ୍ରାହକମାନେ ଏହାକୁ ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି।

Comment