ଓଡ଼ିଶାଲାଇଭ୍ ବ୍ୟୁରୋ

କାଗେଜି ଲେମ୍ବୁରେ ଖାଲି ସ୍ୱାଦିଷ୍ଟ ସର୍ବତ ହୁଏ ନାହିଁ, ଏହା ବିଭିନ୍ନ ରୋଗ ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ। ମୁଣ୍ଡବିନ୍ଧା, କେଶ ସମସ୍ୟା, ପେଟ କାମୁଡ଼ିବା, ବାନ୍ତି ଭଳି ରୋଗ ପାଇଁ ବରଦାନ ସଦୃଶ ହୋଇଥାଏ କାଗେଜି ଲେମ୍ବୁ।

ଆସନ୍ତୁ ଜାଣିବା କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ।

ସକାଳୁ ଖାଲି ପେଟରେ ଉଷୁମ୍ ପାଣିରେ ଫାଳେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ। ଏହି ଉଷୁମ୍ ପାଣିକୁ ପ୍ରତିଦିନ ପିଅନ୍ତୁ। ଏହା ମେଟାବୋଲିଜିମ୍‌କୁ ଠିକ୍ ରଖିଥାଏ। ଏବଂ ଖାଦ୍ୟ ହଜମକୁ ଜଲଦି କରିଥାଏ। ଫଳରେ ଓଜନ କମିଥାଏ।

ପ୍ରତିଦିନ ଖାଦ୍ୟସହ ଲେମ୍ବୁ ମିଶାଇ ଖାଆନ୍ତୁ। ଲେମ୍ବୁକୁ ଖାଦ୍ୟରେ ଖାଇଲେ ଅଜିର୍ଣ୍ଣ ହୋଇ ନ ଥାଏ।

ଖାଇଲା ପରେ ବାନ୍ତି ହେଉଥିଲେ ଲେମ୍ବୁ ସର୍ବତ ପିଇଲେ ବାନ୍ତି ଦୂର ହୁଏ।

ଉଷୁମ ପାଣିରେ ଲେମ୍ବୁରସ ଓ ମିଶ୍ରିଗୁଣ୍ଡ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ ଯକୃତ ରୋଗରେ ଲାଭ ମିଳିଥାଏ।

Comment