ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ସିନେପ୍ରେମୀ କେତେଜଣ ଲୋକପ୍ରିୟ ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରନ୍ତି। ସେ ମଧ୍ୟରୁ ସୋବର ବୟ ସବ୍ୟସାଚୀ ଏବଂ ଓଲିଉଡ କୁଇନ୍ ଅର୍ଚ୍ଚିତାଙ୍କ ଯୋଡ଼ି।

ଓଲିଉଡର ଲୋକପ୍ରିୟ ଏବଂ ହିଟ୍ ଯୋଡ଼ି ହେଲେ ସବ୍ୟସାଚୀ ଓ ଅର୍ଚ୍ଚିତା। ଏହି ଦୁଇଙ୍କ ଯୋଡ଼ି ପରଦାରେ ସବୁବେଳେ ହିଟ୍। ଜାଣନ୍ତୁ ଏହି ହିଟ୍ ଯୋଡ଼ି କେଉଁ କେଉଁ ଫିଲ୍ମରେ ନଜର ଆସିଛନ୍ତି।

ତୋର ମୋର ଯୋଡ଼ି ସୁନ୍ଦର

ଓଲିଉଡରେ ଅର୍ଚ୍ଚିତା ଓ ସବ୍ୟସାଚୀ ‘ତୋର ମୋର ଯୋଡ଼ି ସୁନ୍ଦର’ରେ ନଜର ଅସିଥିଲେ।

ଦେବୁ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ’ତୋର ମୋର ଯୋଡ଼ି ସୁନ୍ଦର’ ଏକ ତ୍ରିକୋଣୀୟ ପ୍ରେମ ସିନେମା। କାହାଣୀରେ ବେଶ୍‌ କିଛି ଟ୍ୱିଷ୍ଟ୍ ମଧ୍ୟ ରହିଥିଲା। ସବ୍ୟସାଚୀ ପ୍ରଥମ ଥର ପାଇଁ ଏହି ସିନେମାରେ ଅର୍ପିତାଙ୍କ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିଥିଲେ।

ଏଥିରେ ଉଭୟ ଅର୍ଚ୍ଚିତା ଓ ଅର୍ପିତାଙ୍କର ଗେଟଅପ୍‌ ଓ ଉଭୟଙ୍କର ସବ୍ୟସାଚୀଙ୍କ ସହ ରୋମାନ୍‌ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

ମୁଁ ଏକା ତୁମର

୨୦୧୩ର ଏକ ସୁପରହିଟ୍‌ ଓଡ଼ିଆ ଫିଲ୍ମ ହେଲା ‘ମୁଁ ଏକା ତୁମର’। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି।

‘ମୁଁ ଏକା ତୁମର’ରେ ସବ୍ୟସାଚୀଙ୍କ ସହ ରୋମାନ୍ସ କରିଥିଲେ ଦୁଇ ଜଣ ନାୟିକା। ଏମାନଙ୍କ ମଧ୍ୟରୁ ଜଣେ ହେଲେ ତାଙ୍କର ହିଟ୍‌ ପାର୍ଟନର ଅର୍ଚ୍ଚିତା ଓ ଅନ୍ୟଜଣକ ହେଲେ ବଙ୍ଗୀୟ ନାୟିକା ରାଗିଣୀ।

ଫିଲ୍ମର କାହାଣୀ ଅନୁଯାୟୀ, ଅର୍ଚ୍ଚିତାଙ୍କର ବାହାଘର ଠିକ୍ ହୋଇଥାଏ ମହେଶ (ଦେବାଶିଷ ପାତ୍ର)ଙ୍କ ସହିତ। କିନ୍ତୁ ସେହି ବାହାଘର ପୂର୍ବରୁ ଅର୍ଚ୍ଚିତା ଭେଟନ୍ତି ରାଜୁ (ସବ୍ୟସାଚୀ)ଙ୍କୁ। ରାଜୁ ଜଣେ ମୂକ ବୋଲି ମନେକରନ୍ତି ଅର୍ଚ୍ଚିତା। ହେଲେ ପରେ ସତକଥାଟି ଜାଣିବା ପରେ ରାଜୁର ପ୍ରେମରେ ପଡ଼ିଯାଆନ୍ତି।

ସେହି କଥାଟି ହେଲା ଯେ, ସବ୍ୟସାଚୀ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତାକୁ କଥା ଦେଇଥିବା ହେତୁ ସେ ମୂକ ହୋଇ ରହୁଛନ୍ତି। ସବ୍ୟସାଚୀଙ୍କ ଏହି ପ୍ରେମିକା ଭୂମିକାରେ ନଜର ଆସିଥିଲେ ରାଗିଣୀ। ସବ୍ୟସାଚୀ- ଅର୍ଚ୍ଚିତା ଓ ସବ୍ୟସାଚୀ-ରାଗିଣୀଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ।

ଏହି ଫିଲ୍ମରେ ପୁଣି ସବ୍ୟସାଚୀ ଅର୍ଚ୍ଚିତାଙ୍କ ଯୋଡ଼ି ହିଟ୍ ହୋଇଥିଲା।

ଅଭିମାନ

ଅଭିମାନ’ର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରଓ୍ଵାଲ ଏବଂ ନମିତା ଅଗ୍ରଓ୍ଵାଲ୍‌। ସିଦ୍ଧାର୍ଥ ଟିଭି ନିବେଦିତ ‘ଅଭିମାନ’ର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ମୃତ୍ୟୁଞ୍ଜୟ ସାହୁ।

‘ଅଭିମାନ’ରେ ପୁଣି ଥରେ ଦର୍ଶକ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇଥିଲେ ଦଶର୍କ।

ଏହା ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି। ସୀତାରାମ ଅଗ୍ରଓ୍ଵାଲଙ୍କ ସହ ସବ୍ୟ-ଅର୍ଚ୍ଚିତାଙ୍କ ଯୋଡ଼ି ଆଗରୁ ‘ପାଗଳ କରିଚି ପାଉଁଜି ତୋ’ର’ଏବଂ ‘ମୁଁ ଏକା ତୁମର’ରେ କାମ କରିଥିଲେ। ‘ଅଭିମାନ’ର ସଂଳାପ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ। ବିକାଶ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

Comment