ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକେ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍‌ସେ ନେଇ ପାରୁନାହାନ୍ତି। ସାଧାରଣତଃ ସ୍ୱାସ୍ଥ୍ୟ ସହ ଜଡ଼ିତ ଛୋଟ ଛୋଟ ସମସ୍ୟାକୁ ଆମେ ଅବହେଳା କରିଥାଉ। ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଆପଣ କ‘ଣ ଖାଉଛନ୍ତି, କ’ଣ ପିଉଛନ୍ତି, ଏହାର ପ୍ରଭାବ ହୃଦୟ ଉପରେ ପଡ଼ିଥାଏ। ଯଦି ଆପଣ ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ହଳଦୀ ସେବନ କରିବା ନିହାତି ଆବଶ୍ୟକ।

ହୃଦୟକୁ ସୁସ୍ଥ ରଖିବା ପାଇଁ ଡାଏଟ୍‌ରେ ଫଳ, ପନିପରିବା, ଡାଳିମ୍ବ ଏବଂ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ।

ଡାର୍କ ଚକୋଲେଟ୍

ଯେଉଁ ଲୋକ ଡାର୍କ ଚକୋଲେଟ୍ ଖାଆନ୍ତି, ସେହି ଲୋକମାନଙ୍କ ପାଖରେ ଅନ୍ୟ ଲୋକଙ୍କ ତୁଳନାରେ ହାର୍ଟ ସମସ୍ୟା କମ୍ ଦେଖାଦିଏ।

ସୋୟାମିନ୍

ସୋୟାବିନ୍‌ରେ ମ୍ୟାଗ୍ନେସିୟମ, ପୋଟାସିୟମର ମାତ୍ରା ଅଧିକ ଥାଏ। ଏହା ରକ୍ତଚାପକୁ କମ୍ କରିବାରେ ସହାୟକ ହୋଇଥାଏ।

ଟମାଟୋ

ଟମାଟରେ ଆଣ୍ଟିଅକ୍ସିଡାଣ୍ଟର ମୁଖ୍ୟ ସ୍ରୋତ। ଏହା ହାର୍ଟ ଆଟାକ୍, କ୍ୟାନସର୍‌ ଆଶଙ୍କା ଭଳି ସମସ୍ୟା ଦେଖାଦିଏ ନାହିଁ।

ଅଖରୋଟ୍

ଅଖରୋଟରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ଥାଏ। ଏହା ହୃଦୟକୁ ସୁସ୍ଥ ରଖିଥାଏ। ସପ୍ତାହରେ କେବଳ ୨୮ ଗ୍ରାମ ଅଖରୋଟ ହାର୍ଟ ଆଟାକର ଆଶଙ୍କା କମ କରିପାରିବ।

Comment