ଓଡ଼ିଶାଲାଇଭ ବ୍ୟୁରୋ

ସାରାଦେଶରେ ଆଜି ବିଶ୍ୱକପ ସେମିଫାଇନାଲକୁ ନେଇ ଚର୍ଚ୍ଚା। ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ବେଶ୍ ଉତ୍କଣ୍ଠା ମଧ୍ୟ ଦେଖାଯାଇଛି। ସ୍କୁଲ, କଲେଜରେ ପରିବେଶ ଉତ୍ସବ ମୁଖର ହୋଇଯାଇଛି। ଟିମ ଇଣ୍ଡିଆର ବିଜୟ ପାଇଁ ଲୋକେ ମନ୍ଦିରରେ ପୂଜା ଅର୍ଚ୍ଚନା କରୁଥିବା ଦୃଶ୍ୟ ବି ସାମ୍ନାକୁ ଆସିଛି।

ଆଜିର ମ୍ୟାଚକୁ ନେଇ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୋଶ ହାଇ ରହିଛି। ବଲିଉଡରେ ଏମିତି କେତେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ କ୍ରିକେଟରେ ଆଗ୍ରହ ରଖିଥାନ୍ତି।

ସେହିମାନଙ୍କ ଭିତରେ ଜଣେ ହେଲେ ଅଭିନେତା ଅନୁପମ ଖେର। ସେମିଫାଇନାଲ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ହିଁ ସେ ଟିମକୁ ଚିୟର କରିବା ପାଇଁ ଟୁଇଟ କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଟୁଇଟରେ ସେ ଏମିତି ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରୁ ଲାଗୁଛି ଆଜିର ମ୍ୟାଚ ଟିମ ଇଣ୍ଡିଆ ହିଁ କବଜା କରିବ।

ଭାରତୀୟ ସମୟ ଅନୁସାରେ ଅପରାହ୍‌ଣ ୩ଟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ। ମଞ୍ଚେଷ୍ଟରରେ ଖେଳା ଯାଉଥିବା ଆଜିର ମ୍ୟାଚରେ ଯଦି ଭାରତ ଜିତିବ ତ ସିଧା ବିଶ୍ୱକପ୍ ଫାଇନାଲରେ ସ୍ଥାନ ଅକ୍ତିୟାର କରିବ।

Comment