ଓଡ଼ିଶାଲାଇଭ ବ୍ୟୁରୋ

ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲିଙ୍କ ଭଳି କ୍ରିକେଟର ଯାହାଙ୍କୁ ନିଜର ଆଦର୍ଶ ମାନନ୍ତି। ଯିଏ ସାରା ଦେଶରେ ଲିଟିଲ ମାଷ୍ଟର ଭାବେ ଜଣାଶୁଣା। ଆଜି ସେହି ପୂର୍ବତନ ଭାରତୀୟ ଦଳର ମହାନ  କ୍ରିକେଟର ସୁନିଲ ଗାଭାସ୍କରଙ୍କ ଜନ୍ମଦିନ।  ୧୯୪୯ ମସିହା ଜୁଲାଇ ୧୦ରେ ଜନ୍ମିତ ଏହି ଲୋକପ୍ରିୟ ଖେଳାଳି ଆଜି ୭୦ ବର୍ଷରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଶୁଭକାମନା ଦେଇଛନ୍ତି।

ଆସିସି, ବିସିଆଇଙ୍କଠୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଟୁଇଟ ଜରିଆରେ ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତି।

କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଗାଭାସ୍କର ସାରା ଦୁନିଆରେ ଲୋକପ୍ରିୟତା ହାସଲ କରିଛନ୍ତି। ଟେଷ୍ଟ ମ୍ୟାଚରେ ୧୦ ହଜାର ରନ କରିଥିବା ସର୍ବପ୍ରଥମ ବ୍ୟାଟ୍ସମ୍ୟାନ ଥିଲେ ଗାଭାସ୍କର।

ଗାଭାସ୍କର ୧୯୭୧ରେ ଟେଷ୍ଟ ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚ ସେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ। ସେଥିରେ ସେ ୬୫ ରନ ସଂଗ୍ରହ କରିଥିଲେ।

ତାପରେ ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ୧୯୮୩ରେ ସେ କପିଲ ଦେବଙ୍କ ନେତୃତ୍ୟରେ ଓ୍ୱାର୍ଲ୍ଡକପରେ ସାମିଲ ହୋଇଥିଲେ।

Comment