ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧୦, ୨୦୦୫ରେ ଟେଷ୍ଟ କ୍ରିକେଟରେ ୩୫ତମ ଶତକ ହାସଲ କରିଥିଲେ ମାଷ୍ଟର ବ୍ଲାଷ୍ଟର।

କ୍ରିକେଟରେ ରେକର୍ଡ କଥା ଉଠିଲେ ସମସ୍ତଙ୍କ ନଜର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଉପରକୁ ଚାଲିଯାଏ। ସେ ଦିନିକିଆ ହେଉ କି ଟେଷ୍ଟ କ୍ରିକେଟ। ସବୁଠି ସଚିନ୍‌ଙ୍କ ରେକର୍ଡ ଛାପ ରହିଛି। ଏସବୁ ରେକର୍ଡ ଭିତରେ ଡିସେମ୍ବର ୧୦ ଆସିଲେ ତାଙ୍କର ଆଉ ଏକ ରେକର୍ଡକୁ ନେଇ ଚର୍ଚ୍ଚା ହୋଇଥାଏ। ୨୦୧୦ ଡିସେମ୍ବର ୧୦ରେ ସଚିନ୍‌ ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗି ଆଉ ଏକ ମାଇଲ ଷ୍ଟୋନ୍‌ ଅତିକ୍ରମ କରିଥିଲେ।

ଆଜିକୁ ଠିକ୍ ୧୪ ବର୍ଷ ପୂର୍ବେ ସଚିନ୍ ଭାଙ୍ଗିଥିଲେ ସୁନୀଲ ଗାଭାସ୍କରଙ୍କ ରେକର୍ଡ। ଟେଷ୍ଟ କ୍ରିକେଟରେ ସଚିନ ନିଜର ୩୫ ତମ ଶତକ ପୂରଣ କରିବା ସହ ଗାଭାସ୍କରଙ୍କ ନାଁରେ ଥିବା ସର୍ବାଧିକ ଥର ଶତକ ରେକର୍ଡକୁ ଭାଙ୍ଗିଥିଲେ।

୨୦୦୫ରେ ସଚିନ୍ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳୁଥାନ୍ତି। ଏହି ମ୍ୟାଚରେ ସେ ନିଜର ୩୫ତମ ଟେଷ୍ଟ ଶତକ ହାସଲ କରିଥିଲେ। ଏହା କ୍ରିକେଟ ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି କରିଥିଲା। ଏହା ପୂର୍ବରୁ ଗାଭାସ୍କରଙ୍କ ନାଁରେ ଟେଷ୍ଟରେ ୩୪ଟି ଶତକ ମାରିବାର ରେକର୍ଡ ଥିଲା। ସଚିନଙ୍କ ଏହି ଶତକ ଗାଭାସ୍କରଙ୍କ ରେକର୍ଡକୁ ଭାଙ୍ଗିଦେଇଥିଲା।

ଏହାସହ ସଚିନ୍ ଟେଷ୍ଟ କ୍ରିକେଟରେ ସୁବଠୁ ଅଧିକ ଥର ଶତକ ମାରିବାର ରେକର୍ଡ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସଚିନଙ୍କ ନାଁରେ ଏହି ରେକର୍ଡ ରହିଛି। ସଚିନ୍ ଟେଷ୍ଟରେ ମୋଟ୍ ୫୧ଟି ଶତକ ମାରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଟେଷ୍ଟରେ ଏତେ ଶତକ ହାସଲ କରିନାହାନ୍ତି।

ସଚିନ୍ ଟେଷ୍ଟରୁ ଅବସର ନେଲାବେଳକୁ ସେ ମୋଟ୍ ୧୫ ହଜାର ୯୨୧ ରନ୍ କରିସାରିଥଇଲେ, ଯେଉଁଥିରେ ୫୧ଟି ଶତକ ସାମିଲ ରହିଥିଲା।

Comment