ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟରେ ଭାରତର ସ୍ଥାନ ଏବେ ବହୁତ ଉପରେ। ନିଜ ଖେଳାଳିମାନଙ୍କ ପ୍ରଦର୍ଶନ ଯୋଗୁଁ ଦଳ ଦିନିକିଆ, ଟେଷ୍ଟ ଓ ଟି-୨୦ରେ ନିଜ ଦବଦବା ରଖିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତ ଆସିବା ପରଠୁ ଅନେକ କିମ୍ଵଦନ୍ତୀ କ୍ରିକେଟର ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଯାହା ପାଇଁ ଭାରତ ୧୯୮୩ ମସିହା ବିଶ୍ଵକପରେ ବିଜେତା ହୋଇଥିଲା। ହେଲେ ସେହି କିମ୍ଵଦନ୍ତୀ ଖେଳାଳି ତାଙ୍କ କ୍ୟାରିୟରରେ ମାତ୍ର ଗୋଟିଏ ଶତକ କରିଛନ୍ତି। ଆସନ୍ତୁ ଜାଣିବା ସେହି କ୍ରିକେଟରଙ୍କ ବିଷୟରେ।

ସୁନୀଲ ଗାଭାସ୍କର

କ୍ରିକେଟର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୁନୀଲ ଗାଭାସ୍କର। ନିଜ କ୍ୟାରିୟରରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ହେଲେ ନିଜ ଦିନିକିଆ କ୍ୟାରିୟର ମଧ୍ୟରେ ସେ ମାତ୍ର ଗୋଟିଏ ଶତକ କରିଛନ୍ତି। ସେ ୧୦୮ ଦିନିକିଆ ଖେଳି ଗୋଟିଏ ଶତକ କରିଥିବା ବେଳେ ୨୭ଟି ଅର୍ଦ୍ଧଶତକ କରିଛନ୍ତି। ହେଲେ ଟେଷ୍ଟରେ ୧୨୫ ମ୍ୟାଚରୁ ୩୪ ଶତକ, ୪ଟି ଦ୍ଵିଶତକ ଓ ୪୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

କପିଳ ଦେବ

ଭାରତୀୟ କ୍ରିକେଟର କିମ୍ଵଦନ୍ତୀ ଭାବେ ପରିଚିତ କପିଳ ଦେବ। ତାଙ୍କ ନେତୃତ୍ଵରେ ୧୯୮୩ ମସିହା ବିଶ୍ଵକପରେ ଭାରତ ବିଶ୍ଵ ବିଜେତା ହୋଇ ପାରିଥିଲା। ଦଳରେ ଅଲରାଉଣ୍ଡର ଭୂମିକା ଲିଭାଇ ଅନେକ ସମୟରେ ଦଳକୁ ବିଜୟୀ କରାଇଛନ୍ତି। ହେଲେ ଦିନିକିଆରେ ମାତ୍ର ଗୋଟିଏ ଶତକ ହାସଲ କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସେ ୨୨୫ ଦିନିକିଆ ଖେଳି ଗୋଟିଏ ଶତକ ଓ ୧୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଦିଲ୍ଲିପ ଭେଙ୍ଗସରକାର 

ଭାରତୀୟ ଦଳରେ ଦିଲ୍ଲିପ ଭେଙ୍ଗସରକାର ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ। ଅନେକ ସମୟରେ ଦଳକୁ ବିଜୟୀ କରାଇବାରେ ତାଙ୍କ ଭୂମିକା ପ୍ରମୁଖ ରହିଥାଏ। ୧୯୭୬ ମସିହାରେ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିବା ଏହି ଖେଳାଳି ଗୋଟିଏ ଶତକ ଓ ୨୩ଟି ଅର୍ଦ୍ଧଶତକ କରିଛନ୍ତି।

ରବିନ ସିଂହ

କ୍ରିକେଟର କମ ସମୟ ରହିଥିଲେ ମଧ୍ୟ ଦଳ ପାଇଁ ଅନେକ ସମୟରେ ଭଲ ପ୍ରଦର୍ଶନ କରିଛନ୍ତି। ଦଳ ପାଇଁ ଅଲରାଉଣ୍ଡର ଭାବେ ତାଙ୍କୁ ଭୂମିକା ବେଶ ଚମତ୍କାର ରହିଥିଲା। ହେଲେ ଦଳ ପକ୍ଷରୁ ୧୩୬ ମ୍ୟାଚ ଖେଳି ମାତ୍ର ଗୋଟିଏ ଓ ୯ଟି ଅର୍ଦ୍ଧଶତକ ହାସଲ କରିଥିଲେ।

Comment