ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଛି ବର୍ଷାୠତୁ। ଏହି ୠତୁରେ ବହୁପ୍ରକାର ରୋଗ ଓ ଇନ୍‌ଫେକ୍‌ସନ୍ ହେବାର ସମ୍ଭାବନା ରହିଥାଏ। ତେଣୁ ଏହି ୠତୁରେ ନିଜର ଖାଦ୍ୟପେୟ ପ୍ରତି ସଚେତନତା ଅବଲମ୍ବନ କରିବା ନିହାତି ଜରୁରୀ। ଆସନ୍ତୁ ଜାଣିବା ଏହି ୠତୁରେ କେଉଁ କେଉଁ ପ୍ରକାରର ଫଳ ଓ ପରିବା ଖାଇବା ଉଚିତ୍।

୧-ଜାମୁକୋଳି

ଖରା ଓ ବର୍ଷାଦିନେ ଜାମୁକୋଳିର ଚାହିଦା ଅଧିକ ଥାଏ। ଏଥିରେ ଥିବା ଆଇରନ୍, ପୋଟାସିୟମ୍ ଓ ଭିଟାମିନର ମାତ୍ରା ସବୁପ୍ରକାର ପେଟ ରୋଗର ସମସ୍ୟାରୁ ରକ୍ଷା କରିଥାଏ। ଏଥିରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ରକ୍ତ ସଞ୍ଚାଳନ ପକ୍ରିୟାରେ ସହାଯ୍ୟ କରିଥାଏ। ଡାଇବେଟିସ୍ ରୋଗୀମାନଙ୍କ ପାଇଁ ଏହା ବିଶେଷ ଉପକାରୀ ହୋଇଥାଏ।

୨-ନାସପାତି

ଭରପୂର ମାତ୍ରାରେ ଫାଇଭର ଥିବା ନାସପାତି ଖାଇବା ଫଳରେ ମାନସିକ ଚାପରୁ ମୁକ୍ତି ମିଳିବା ସହ ଶରୀରର ହାଡ଼ ମଜବୁତ ହୋଇଥାଏ। ନାସପାତି ଶରିରର ଓଜନ କମେଇବା, କ୍ୟାନସର ହାଇପୋଟେନସନ, ଡାଇବେଟିସ୍ ଆଦି ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ।

୩-ଲାଉ

ବର୍ଷାୠତୁରେ ମିଳୁଥିବା ପରିବାମାନଙ୍କ ମଧ୍ୟରୁ ଲାଉ ଅନ୍ୟତମ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ, ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଯାହା ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

୪-କଲରା

ବର୍ଷାଦିନେ କଲରା ଖାଇବା ଦ୍ୱାରା ଏଥିରେ ଥିବା ଭିଟାମିନ ସି ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

୫-ପୋଟଳ

ବର୍ଷାଦିନେ ପୋଟଳ ଖାଇବା ଦ୍ୱାରା ଏହା ଆମକୁ ଥକ୍କା ଲାଗିବା, ଜର ଓ ଖାସ ଜନିତ ସମସ୍ୟାରୁ ଦୂରେଇଥାଏ। ଏଥିରେ ଥିବା ଭିଟାମିନ ସି ଓ ଏ’ ଖାଦ୍ୟ ହଜମ ପ୍ରଣାଳିକୁ ସଠିକ ଭାବେ ପରିଚାଳନା କରିଥାଏ।

Comment