ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଡ଼ ପିଠା। ବାହୁଡ଼ା ଯାତ୍ରାରେ ମାଉସୀଙ୍କ ପ୍ରସ୍ତୁତ ପୋଡ଼ପିଠା ପ୍ରଭୁଙ୍କ ଅର୍ପଣ କରାଯିବ। ରଥ ଉପରେ ପୋଡ଼ପିଠା ଭୋଗର ପରମ୍ପରା ବହୁ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି।

ହେରାପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ ପୋଡ଼ପିଠା ପ୍ରସ୍ତୁତି କାର୍ଯ୍ୟ। ମାଉସୀମା’ ମନ୍ଦିର ସେବକମାନେ ପିଠା ପ୍ରସ୍ତୁତ କରିଥା’ନ୍ତି।

ଛେନା, ଘିଅ, ଚିନି, ଅଳେଇଚ, ଲବଙ୍ଗ, ଖିସମିସ୍ ଓ ପିସ୍ତାବାଦାମରେ ପ୍ରସ୍ତୁତ ହେଉଛି। ହେରାପଞ୍ଚମୀ ତିଥିରୁ ଚୂଲି ଅନୁକୂଳ କରାଯାଏ। ତାହାକୁ ସିଝାଇବା ପରେ ଘିଅରେ ଛଣାଯାଏ।

ବାହୁଡ଼ା ଯାତ୍ରା ଦିନ ତିନି ରଥ ମାଉସୀମା’ ସମ୍ମୁଖରେ ଅଟକେ। ତିନି ରଥରେ ପୂଜକମାନେ ତିନୋଟି ପୋଡ଼ପିଠା ଭୋଗ କରିଥାନ୍ତି।

Comment