ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ବର୍ଷା ଦିନରେ ଫାଷ୍ଟ ଫୁଡ୍ ଖାଇବା ଦ୍ୱାରା ଏହା ହଜମ୍ ହୋଇ ନଥାଏ। ଫାଷ୍ଟ ଫୁଡ୍ ତଥା ବାହାରେ ମିଳୁଥିବା ଖାଦ୍ୟରେ ବ୍ୟାକ୍ଟେରିଆର ମାତ୍ରା ଅଧିକ ଥାଏ। ଏହାକୁ ଖାଇଲେ ସ୍ୱାସ୍ଥ୍ୟରେ ଖରାପ ପ୍ରଭାବ ପକାଇଥାଏା

  • ବର୍ଷାୠତୁରେ ଅଧିକ ତେଲ ମସଲା ଖାଇଲେ ଅସୁସ୍ଥ ହେବାର ଆଶଙ୍କା ଥାଏ। ଏଥିପାଇଁ ବର୍ଷାୠତୁରେ ଖଟା ଜାତୀୟ ଖାଦ୍ୟ, ଆଚାର, ଅଅଁଳା ଆଦି ଖାଇବା ବନ୍ଦ କରିଦିଅନ୍ତୁ।
  • ବାହାରେ ରଖାଯାଇଥିବା କୌଣସି ଖାଦ୍ୟ ଖାଆନ୍ତୁ ନାହିଁ।
  • ବର୍ଷାଦିନରେ ଖାଦ୍ୟରେ ଦହି, ବର୍ଷାଦିନିଆ ଫଳ ଓ ପରିବା, ଗ୍ରୀନ୍ ଟି, ଲେମ୍ବୁ ଆଦି ଖାଦ୍ୟରେ ସାମିଲ କରିବା ଉଚିତ୍।
  • ପାଳଙ୍ଗ, କୋବି ଖଆନ୍ତୁ ନାହିଁ କାରଣ ଏହି ପରିବାରେ ବର୍ଷା ଦିନରେ ପୋକ ଲାଗିଥାଏ।
  • ବାହାରେ ମିଳୁଥିବା ଫଳ ଜୁସ୍ ପିଅନ୍ତୁ ନାହିଁ।

Comment