ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ବାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ମଙ୍ଗଳବାର ସନ୍ଧ୍ୟା ୬ଟାରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା। ଆଜି ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇଥିଲା।
ଆଜି ତିନି ରଥ ନାକଚଣା ଦ୍ୱାରରେ ଲାଗିଛି। ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଅପରାହ୍ଣରେ ସେବାୟତମାନେ ତିନି ରଥରେ ବିଜେ କରିବା ପରେ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା।
ପରମ୍ପରା ଅନୁଯାୟୀ ପ୍ରଥମ ଆଜ୍ଞାମାଳ ସୁଭଦ୍ରାଙ୍କ ବାଡ଼ରୁ ଆସିଥିଲା। ସୁଭଦ୍ରାଙ୍କ ରଥ ପ୍ରଥମେ ଦକ୍ଷିଣ ମୋଡ଼ କରାଯାଇଥିଲା। ପରେ ବଳଭଦ୍ରଙ୍କ ରଥ ଏବଂ ପରିଶେଷରେ କାଳିଆଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା।
















