ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାହୁଡ଼ା ଉତ୍ସବ ପାଇଁ ଭୋରରୁ ମୁଖ୍ୟ ମନ୍ଦିରର ବେସମେଣ୍ଟସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ବିଧି ମୁତାବକ ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।

ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଏବଂ ଶଙ୍ଖ ଧ୍ଵନିରେ ପ୍ରକମ୍ପିତ ହୋଇଉଥିଠିଲା ପରିବେଶ। କରାଯାଇଥିଲା। ଦିନ ସାଢ଼େ ୩ଟା ବେଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୂଜକ ଓ ଭକ୍ତମାନେ ଧାଡ଼ି ପହଣ୍ଡି କରି ରଥ ଉପରକୁ ଆଣିଥିଲେ। ଅପରାହ୍ଣ  ୪ଟା ସମୟରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ତଥା ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ସାଢ଼େ ୪ଟା ବେଳେ ରଥଟଣା କାର୍ଯ୍ୟକ ଆରମ୍ଭ ହୋଇଥିଲା। ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ବିକାଶ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ହାଉଜଖାସ ଭିଲେଜ ସ୍ଥିତ ଶ୍ରୀ ଜଗନ୍ନାଥ ମାର୍ଗରେ ଅରବିନ୍ଦ ପ୍ଲେସ ମାର୍କେଟ ପର୍ଯ୍ୟନ୍ତ ରଥକୁ ଭକ୍ତମାନେ ଟାଣି ଟାଣି ଆଣି ପୁଣି  ସନ୍ଧ୍ୟା ସୁଦ୍ଧା ମନ୍ଦିର ବେଢ଼ା ନିକଟକୁ ଫେରାଇ ଆଣିଥିଲେ ରଥକୁ। ଦିଲ୍ଲୀର ରାଜ ରାସ୍ତାରେ ଏହି ଉତ୍ସବ ପାଳନ ବେଳେ ଜଗତର ନାଥ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ଦିବ୍ୟ ଦର୍ଶନ ଦେଇଥିଲେ। ରାତି ପ୍ରାୟ ୧୦ଟା ବେଳେ ପୁଣି ରୋଷଣୀ କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥରୁ ନିଆଯାଇ ନାଟ୍ୟ ମଣ୍ଡପଠାରେ ଆସୀନ କରାଯାଇଥିଲା। ମହାପ୍ରଭୁ ନାଟ୍ୟମଣ୍ଡପ ଠାରେ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅବସ୍ଥାନ କରିବେ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ।

ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିଲେ ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁ। ମନ୍ଦିର କମିଟିର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ଏବଂ ସଦସ୍ୟ ଅଭୟ ପ୍ରଧାନ, ଅଶୋକ ପ୍ରଧାନ (କ), କ୍ଷୀରୋଦ ପାତ୍ର, ଗଜେନ୍ଦ୍ର ସାମନ୍ତ, ଅଭିରାମ ସୂତାର, ଅଶୋକ ପ୍ରଧାନ(ଖ), ଜିତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ପଙ୍କଜ ମହାନ୍ତି, ନିଷିଦ୍ଧ କୁମାର ଦାସ, ରଙ୍କନିଧି ସାହୁ, ବିଜୟ ସାହୁ, ବିଘ୍ନେଶ୍ୱର ରାଉତ, ଦିଲ୍ଲୀପ କୁମାର ସ୍ଵାଇଁ, କିଶୋର ସାମଲ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଓ ମନ୍ଦିରର ପରିଚାଳକ ରଶ୍ମି ରଞ୍ଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନନା କରିଥିଲେ।

Tags: #Culture #RathYatra #BahudaYatra #RathYatraatDelhi

Comment