ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିକାହ ଚଳଚ୍ଚିତ୍ରର ନାମକରଣ ପଛରେ ଥିବା ରୋଚକ କଥା:

‘ନିକାହ’। ୧୯୮୨ରେ ବି. ଆର ଚୋପ୍ରା ନିର୍ମାଣ କରିଥିବା ସୁପରହିଟ୍ ବଲିଉଡ୍ ଚଳଚ୍ଚିତ୍ର। ଚଳଚ୍ଚିତ୍ରର କାହାଣୀ ବେଶ ହୃଦୟସ୍ପର୍ଶୀ। ଏଥିରେ ବର୍ଣ୍ଣନା ହୋଇଥିଲାମୁସଲିମ୍ ସଂପ୍ରଦାୟ ମଧ୍ୟରେ ହେଉଥିବା ତିନି ତଲାକ୍ ଓ ହଲାଲା ନିକାହର ବିଭିନ୍ନ ଦିଗ ଉପରେ। ସମାଜକୁ କିଛି ବାର୍ତ୍ତା ଦେବା ପାଇଁ ପ୍ରସ୍ତୁତ ହୋଇଥିଲା ଏହି ଚଳଚ୍ଚିତ୍ର।

ହେଲେ ଏହି ଫିଲ୍ମଟିର ନାଁ ପଛରେ ରହିଛି ଏକ ରୋଚକ କାହାଣୀ ଯାହା ଶୁଣିଲେ ଆପଣଙ୍କୁ ବେଶ ଆମୋଦ ଦେବ।

ତିନି ତଲାକକୁ ନେଇ ଏହି ଚଳଚ୍ଚିତ୍ର ତିଆରି ହେଉଥିବାରୁ ନିର୍ମାତା ବି. ଆର ଚୋପ୍ରା ଏହାର ନାଁ ଦେଇଥିଲେ – ତଲାକ୍ ତଲାକ୍ ତଲାକ୍।

ଏହି ଫିଲ୍ମକୁ ନିଖୁଣ ଭାବେ ନିର୍ମାଣ କରିବା ପାଇଁ ପାକିସ୍ତାନର ଅଭିନେତ୍ରୀ ସଲମା ଆଗାକୁ ନାୟିକା ଭାବେ ନିଆଯାଇଥିଲା। ରାଜବବର ଓ ଦୀପକ ପରାସର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

ଫିଲ୍ମର ନାଁକୁ ନେଇ ବେଶ୍‌ ଖୁସିଥାନ୍ତି ବି. ଆର ଚୋପ୍ରା। ହେଲେ ତାଙ୍କର ଜଣେ ବନ୍ଧୁ ଏହି ନାଁକୁ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କଲେ। ପ୍ରଥମେ ସେ ରାଜି ହୋଇ ନଥିଲେ। ମାତ୍ର ତାଙ୍କ ବନ୍ଧୁ କହିଲେଯଦି ଏହି ନାଁକୁ ପରିବର୍ତ୍ତନ ନ କରିବ, ତେବେ ହଜାର ହଜାର ମହିଳାଙ୍କର ବିବାହ ବିଚ୍ଛେଦ ହୋଇଯିବ। ଏହା ଶୁଣି ଅବାକ ହୋଇଗଲେ ଚୋପ୍ରା ସାହେବ। ଏହି କଥା ତାଙ୍କ ମୁଣ୍ଡକୁ କେବେ ବି ଆସିନଥିଲା ବା ତାଙ୍କୁ କେହି ପୂର୍ବରୁ ବୁଝାଇ ନଥିଲେ।

ତାଙ୍କ ବନ୍ଧୁ ବୁଝାଇଥିଲେ ଯେ ଯଦି ଏହି ଫିଲ୍ମ ଦେଖି ଜଣେ ମୁସଲମାନ ପୁରୁଷ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ କେଉଁ ଫିଲ୍ମ ଦେଖିଛ ବୋଲି ପଚାରିବଆଉ ସେ କହିବ – ତଲାକ୍ ତଲାକ୍ ତଲାକ୍‌। ତେବେ ପରିସ୍ଥିତି କଣ ହେବ ଭାବ। ଚାହୁଁ ଚାହୁଁ ଅନେକଙ୍କର ବିବାହ ବିଚ୍ଛେଦ ହୋଇଯିବ ଏବଂ ସେମାନଙ୍କ ପରିବାର ଉଜୁଡ଼ିଯିବ। ସେହି ଦୋଷ ତୁମକୁ ଲାଗିବ।

ବନ୍ଧୁଙ୍କଠାରୁ ସବୁ ଶୁଣିବା ପରେ ବି. ଆର ଚୋପ୍ରାଙ୍କ ବୁଦ୍ଧି ଉଦୟ ହୋଇଥିଲା। ସେ କାଳବିଳମ୍ବ ନକରି ଫିଲ୍ମର ନାଁ ବଦଳାଇ ରଖିଲେ ନିକାହ  

Comment