ଓଡ଼ିଶାଲାଇଭ୍ ବ୍ୟୁରୋ

୧୩୦ କୋଟି ଲୋକଙ୍କ ଆଶା ଧୂଳିସାତ୍। ନ୍ୟୁଜିଲାଣ୍ଡଠୁ ୧୮ ରନରେ ହାରି ବିଶ୍ୱକପ୍‌ରୁ ବିଦାୟ ନେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ ଫାଇନାଲକୁ ଯିବା ପାଇଁ ଭାରତ ଯେଉଁ ସ୍ୱପ୍ନ ଦେଖୁଥିଲା ତାହା ଭାଙ୍ଗି ଯାଇଛି।

ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ବୁଧବାର ଚାଲିଥିଲା ରୋମାଞ୍ଚକର ସେମିଫାଇନାଲ। ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ଭାରତକୁ ୨୪୦ ରନର ଟାର୍ଗେଟ ଦେଇଥିଲା। ହେଲେ ଟିମ୍ ଇଣ୍ଡିଆ ୨୨୧ ରନରେ ସୀମିତ ରହିଥିଲା।

ଟିମ୍‌ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଫେଲ୍ ମାରିବାରୁ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୨୨୧ ରନ ସଂଗ୍ରହ କରିଥିଲା।

ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ୧ ରନ କରି ଆଉଟ୍ ହୋଇଥିଲେ। ଜାଡେଜା ୭୭ ଏବଂ ଧୋନି ୫୫ ରନ କରିଥିଲେ ମଧ୍ୟ ଟିମ୍ ଇଣ୍ଡିଆର ବିଜୟରେ ଏହା ସହାୟକ ହୋଇ ପାରିନି।

ମଙ୍ଗଳବାର ଦିନ ନ୍ୟଜିଲାଣ୍ଡ ଏବଂ ଭାରତ ମଧ୍ୟରେ ସେମିଫାଇନାଲ ହୋଇଥିଲା। ହେଲେ ବର୍ଷା ବାଧକ ସାଜିବାରୁ ମ୍ୟାଚ ଅଧାରେ ଅଟକିଥିଲା। ନ୍ୟୁଜିଲାଣ୍ଡ ମଙ୍ଗଳବାର ମ୍ୟାଚରେ ୪୬.୧ ଓଭରରେ ୫ ୱିକେଟ ହରାଇ ୨୧୧ ରନ୍ କରିଥିଲା। କିନ୍ତୁ ବର୍ଷା ଯୋଗୁଁ ମ୍ୟାଚକୁ ବୁଧବାର ଯାଏଁ ସ୍ଥଗିତ ରଖାଯାଇଥିଲା।

Comment